You are currently viewing ଜିତିଲେ ମୁଖ୍ୟମନ୍ତ୍ରୀ

ଜିତିଲେ ମୁଖ୍ୟମନ୍ତ୍ରୀ

ଶିମଲା (୮.୧୨.୨୨) : ହିମାଚଳ ପ୍ରଦେଶ ବିଧାନ ସଭା ନିର୍ବାଚନରେ ବିଜେପି ପଛରେ ଥିଲେ ମଧ୍ୟ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ସେ ସେରାଜ ଆସନରୁ ବିଜୟୀ ହୋଇଛନ୍ତି । ସେରାଜରେ ମୁଖ୍ୟମନ୍ତ୍ରୀଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସ ଚେତ ରାମ ଠାକୁର ଓ ଆପ ଆଇନଜୀବୀ ଗୀତା ନନ୍ଦ ଥାଲୁରଙ୍କ ପ୍ରାର୍ଥୀ କରିଥିଲେ । ହେଲେ ଜୟରାମ ଠାକୁର ଓ ଆପ ଆଇନଜୀବୀ ଗୀତା ନନ୍ଦ ଥାଲୁରଙ୍କୁ ପ୍ରାର୍ଥୀ କରିଥିଲେ । ହେଲେ ଜୟରାମ ଠାକୁରଙ୍କ ଦବଦବା ଆଗରେ ସମସ୍ତେ ଫିକା ପଡି ଯାଇଛି । ଅବଶ୍ୟ ଭୋଟ ଗଣତି ଆରମ୍ଭରୁ ଜୟରାମ ଠାକୁର ସାମାନ୍ୟ ପଛରେ ଥିଲେ । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ଲିଡ୍‌ କରିବା ସହ ଏବେ ୨୨ ହଜାରରୁ ଅଧିକ ଭୋଟରେ ବାଜିମାତ କରିଛନ୍ତି। ସେହିପରି ବିଜେପିର ରାକେଶ ଜାମୱାଲ ମଧ୍ୟ ସୁନ୍ଦେରନଗର ଆସନରୁ ଜିତିଛନ୍ତି। ସେ କଂଗ୍ରେସ ଓ ଆପ୍‌ ପ୍ରାର୍ଥୀଙ୍କୁ ମାତ ଦେଇ ବିଜୟ ଲାଭ କରିଛନ୍ତି।ଅନ୍ୟପକ୍ଷରେ ହିମାଚଳ ପ୍ରଦେଶ ବିଧାନସଭାର ଓଭରଅଲ ଚିତ୍ର ଦେଖିଲେ କଂଗ୍ରେସ ଭଲ ସ୍ଥିତିରେ ରହିଛି। ହିମାଚଳ ପ୍ରଦେଶର ୬୮ଟି ବିଧାନସଭା ଆସନରୁ କଂଗ୍ରେସ ୩୯ଟି ଆସନରେ ଲିଡ୍‌ କରୁଥିବା ବେଳେ କ୍ଷମତାସୀନ ବିଜେପି ୨ଟିରେ ଜିତିଛି ଓ ୨୪ଟି ଆସନରେ ଆଗରେ ରହିଛି। ଏଠାରେ ଆପ୍‌ ଏଯାଏ ଖାତା ଖୋଲିବାକୁ ସକ୍ଷମ ହୋଇନି।ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗରେ ଅଛନ୍ତି। ବର୍ତ୍ତମାନ ହିମାଚଳ ପ୍ରଦେଶରେ ବିଜେପି କ୍ଷମତାରେ ରହିଛି। ଟ୍ରେଣ୍ଡକୁ ଦେଖିଲେ କଂଗ୍ରେସ ଏଠାରେ କ୍ଷମତା ଦଖଲ କରିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି। ସରକାର ଗଠନ କରିବାକୁ ଏଠାରେ ମ୍ୟାଜିକ ନମ୍ବର ହେଉଛି ୩୫।

ଅନ୍ୟମାନଙ୍କୁ ଜଣାନ୍ତୁ।