You are currently viewing ଜରୁରୀ ଅବତରଣ କଲା ବିମାନ

ଜରୁରୀ ଅବତରଣ କଲା ବିମାନ

ନୂଆଦିଲ୍ଲୀ(୧୦.୦୧.୨୩) : ଜରୁରୀ ଲ୍ୟାଣ୍ଡିଂ କଲା ଯାତ୍ରୀବାହୀ ବିମାନ। ଦିଲ୍ଲୀରେ ଏୟାର ଭିସ୍ତାରା ବିମାନର ଜରୁରୀ ଅବତରଣ କରାଯାଇଛି। କିଛି ଘଣ୍ଟା ପୂର୍ବରୁ ଏୟାର ଭିସ୍ତାରା UK-୭୮୧ ବିମାନଟି ଦିଲ୍ଲୀରୁ ଭୁବନେଶ୍ୱର ଆସିବା ପାଇଁ ଉଡ଼ାଣ ଆରମ୍ଭ କରିଥିଲା। ତେବେ ହଠାତ୍ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଫଳରେ ଏହାର ଜରୁରୀ ଅବତରଣ କରାଯାଇଛି । ବିମାନର ହାଇଡ୍ରୋଲିକ ପ୍ରେସର ଫେଲ୍ୟୁର ହୋଇଯାଇଥିବା ଜଣାପଡିଥିଲା। ଫଳରେ ବିମାନ ପକ୍ଷରୁ ଫୁଲ୍ ଏମର୍‌ଜେନସି ଘୋଷଣା କରାଯାଇଥିଲା। ଏହାକୁ ନେଇ ଯାତ୍ରୀ ବି ଭୟଭୀତ ହୋଇପଡିଥିଲେ।ପରେ ବିମାନକୁ ଦିଲ୍ଲୀରେ ଜରୁରୀ ଅବତରଣ କରାଯାଇଥିଲା। ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା DGCA ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି DGCA।

ଅନ୍ୟମାନଙ୍କୁ ଜଣାନ୍ତୁ।