You are currently viewing ଉମେଶ ପାଲ ହତ୍ୟାକାଣ୍ଡ ପୋଲିସର ଆକ୍ସନ

ଉମେଶ ପାଲ ହତ୍ୟାକାଣ୍ଡ ପୋଲିସର ଆକ୍ସନ

ଉତ୍ତରପ୍ରଦେଶ (୬.୩.୨୩) :  ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଉସ୍ମାନ୍ ଚୌଧୁରୀକୁ ଏନକାଉଣ୍ଟର କରିଛି ପୁଲିସ୍‌। ଉସ୍ମାନ୍ ହିଁ ପ୍ରଥମେ ଉମେଶ ପାଲକୁ ଗୁଳି ମାରିଥିବା ଜଣାଯାଇଛି। ଏହା ପୂର୍ବରୁ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅରବାଜକୁ ଏନକାଉଣ୍ଟର କରି ସାରିଛି ପୁଲିସ୍‌ । ପ୍ରୟାଗରାଜର କୌନ୍ଧିଆରା ଅଞ୍ଚଳରେ ଓସମାନ ଲୁଚି ଥିବା ସୂଚନା ପାଇ ପୁଲିସ୍‌ ଚଢ଼ାଉ କରିଥିଲା। ଏହି ସମୟରେ ଓସମାନ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ତାକୁ ଟାର୍ଗେଟ କରି ଗୁଳି ଚଳାଇଥିଲା। ଏହାପରେ ଗୁରୁତର ଅବସ୍ଥାରେ ପୁଲିସ୍‌ ତାକୁ ଏସ୍‌ଆରଏନ୍‌ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।