Joe Biden

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ

ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ । ବିଳମ୍ବିତ ରାତିରେ ଡେଲାୱେରର ୱିଲମିଙ୍ଗଟନରେ ଜୋ ବାଇଡେନଙ୍କ କାରକୁ ଧକ୍କା ଦେଇଛି ସହ ଏକ ଏସୟୁଭି କାର । ଖବର ଅନୁଯାୟୀ ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ ବାଇଡେନ ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ।

ଦୁର୍ଘଟଣାରେ ବାଇଡେନ ଏବଂ ତାଙ୍କ ପତ୍ନୀ ସୁରକ୍ଷିତ ଅଛନ୍ତି । ସେମାନଙ୍କ ମଧ୍ୟରୁ କାହାରି କିଛି କ୍ଷତି ହୋଇନଥିବା ସୂଚନା ମିଳିଛି | ଅନ୍ୟପଟେ କିଭଳି ସୁରକ୍ଷା ଭେଦ କରି କାରଟି ବାଇଡେନଙ୍କ କାରକୁ ଧକ୍କା ଦେଲା ସେ ନେଇ ପ୍ରଶ୍ନ ଉଠିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।