You are currently viewing ୧୨ ବର୍ଷରୁ ଅଧିକ ପିଲାଙ୍କୁ ଟିକାକରଣ ପାଇଁ ଅନୁମତି ମାଗିଲା ଜାଇଡସ୍‌ କାଡିଲା

୧୨ ବର୍ଷରୁ ଅଧିକ ପିଲାଙ୍କୁ ଟିକାକରଣ ପାଇଁ ଅନୁମତି ମାଗିଲା ଜାଇଡସ୍‌ କାଡିଲା

ନୂଆଦିଲ୍ଲୀ-୦୧.୦୭.୨୦୨୧, କରୋନା ମୁକାବିଲା ପାଇଁ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଥିବାବେଳେ ଦେଶରେ କେବଳ ୧୮ ବର୍ଷରୁ ଉର୍ଦ୍ଧ୍ବଙ୍କୁ ଟିକାକରଣ କରିବା ପାଇଁ ଅନୁମତି ମିଳିଛି। କରୋନା ମହାମାରୀରୁ ବଞ୍ଚିବାକୁ ହେଲେ ଛୋଟରୁ ବଡ ଯାଏ ସମସ୍ତଙ୍କୁ ଟିକାକରଣ କରିବା ଆବଶ୍ୟକ । ତେବେ ଭାରତରେ ପିଲାଙ୍କ କୋଭିଡ ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନ କଲା ଜାଇଡସ୍‌ କାଡିଲା କମ୍ପାନି । କେବଳ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଏହାର ଡିଏନଏ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI)ରୁ ଅନୁମତି ମାଗିଛି ଏହି କମ୍ପାନୀ । ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସରିଛି। ତେବେ ଏହି ଟିକା ୧୨ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ । ତେଣୁ ଜାଇଡସର ଜାଇକୋଭ୍-ଡି ଟିକା ଶିଶୁଙ୍କ ପାଖରେ ଟ୍ରାଏଲ କରାଯାଉଛି । ଦେଶର ୫୦ଟି ସେଣ୍କରରେ ସବୁଠୁ ବଡ କ୍ରିନିକାଲ ଟ୍ରାଏଲ କରିଛି ଜାଇଡସ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।