You are currently viewing ଓଜନ ହ୍ରାସ କରେ କଳା ଲୁଣ ପାଣି

ଓଜନ ହ୍ରାସ କରେ କଳା ଲୁଣ ପାଣି

ମାନବ ସ୍ୱାସ୍ଥ୍ୟ ପାଇଁ କଳା ଲୁଣର ନିଜସ୍ୱ ଲାଭ ଅଛି, ଏବଂ ଏହା ଆମ ଘରେ ଚାଟ୍ ଏବଂ ବୁନ୍ଦି ରାଇତା ପାଇଁ ବ୍ୟବହୃତ ହୁଏ ।କିନ୍ତୁ ଆପଣ ହୁଏତ ଜାଣି ନଥିବେ ଯେ କଳା ଲୁଣର ବ୍ୟବହାର ସାଧାରଣ ଅପେକ୍ଷା ଅଧିକ ଲାଭଦାୟକ ଅଟେ । କଳା ଲୁଣ ପାଣି ଆପଣଙ୍କ ଶରୀରର ବିଭିନ୍ନ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଏହା କ୍ୟାଲସିୟମ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମର ଏକ ସମୃଦ୍ଧ ଉତ୍ସ ଯାହା ମାନବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ତେବେ ଆସନ୍ତୁ ଜାଣିବା କଳା ଲୁଣ ପାଣିର ଉପକାରିତା ବିଷୟରେ-

-ସ୍ୱାସ୍ଥ୍ୟ ବିଶେଷଜ୍ଞ  ଅନୁଯାୟୀ ପ୍ରତିଦିନ ସକାଳେ ଖାଲି ପେଟରେ କଳା ଲୁଣ ପାଣି ପିଇବା ଦ୍ୱାରା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ଏହା ପେଟରେ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଏବଂ ପ୍ରୋଟିନ୍ ହଜମ କରୁଥିବା ଏନଜାଇମ୍ ବୃଦ୍ଧି କରିଥାଏ ।

– ଓଜନ ବୃଦ୍ଧି ଅଧିକାଂଶ ଲୋକଙ୍କ ପାଇଁ ଏକ ସମସ୍ୟା ପାଲଟିଛି, କିନ୍ତୁ ଯଦି ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ କଳା ଲୁଣିଆ ପାଣିସେବନ କରନ୍ତି, ତେବେ ଆପଣ କିଛି ମାସ ମଧ୍ୟରେ ଓଜନ ହ୍ରାସ କରିପାରିବେ । ଏଥିରେ ମେଦବହୁଳତା ହ୍ରାସ କରିବାର ଏକ ଗୁଣ ଅଛି ଯାହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

– ମଧୁମେହ ରୋଗୀଙ୍କୁ ଚିନି ଏବଂ ଲୁଣର ପରିମାଣ ହ୍ରାସ କରିବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି, କିନ୍ତୁ ଯଦି କଳା ଲୁଣ ସଠିକ୍ ପରିମାଣରେ ଖିଆଯାଏ, ତେବେ ଏହାର କୌଣସି କ୍ଷତି ହୁଏ ନାହିଁ ।କଳା ଲୁଣରେ ସୋଡିୟମର ଉପସ୍ଥିତି ସାଧାରଣ ଲୁଣଠାରୁ କମ୍ ଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ ।

–  ଉଷୁମ ପାଣିରେ କଳା ଲୁଣ ମିଶାଇ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର  ହୋଇଥାଏ ।  

ଅନ୍ୟମାନଙ୍କୁ ଜଣାନ୍ତୁ।