ଧନିଆ ପାଣି ଆପଣଙ୍କ ଶରୀର ପାଇଁ ବହୁ ଫାଇଦାକାରୀ ହୋଇଥାଏ । ଏହା ଅନେକ ପ୍ରକାରର ରୋଗରୁ ଆମକୁ ରକ୍ଷା କରେ । ସେହିପରି ଧନିଆ ପାଣି ମଞ୍ଜିକୁ ପାଣିରେ ସିଝାଇ ଏହାର ପାଣିକୁ ପିଇଲେ ଆମକୁ ବହୁତ ଲାଭ ମିଳିଥାଏ । ପ୍ରତିଦିନ ସକାଳେ ଧନିଆ ପାଣି ପିଇଲେ ଆମକୁ ଅନେକ ରୋଗରୁ ରକ୍ଷା ମିଳିଥାଏ । ଯଦିଓ ଧନିଆ ମଞ୍ଜିର ସେଭଳି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନ ଥାଏ, କିନ୍ତୁ ବେଳେବେଳେ ଏହାକୁ ବେଶି ମାତ୍ରାରେ ସେବନ କରିବା ଦ୍ୱାରା ଶରୀରରେ ଆଲର୍ଜି ସୃଷ୍ଟି ହୋଇପାରେ। ବିଶେଷ କରି ଗର୍ଭବତୀ ମହିଳାମାନେ ଧନିଆ ମଞ୍ଜି ଅଧିକ ମାତ୍ରାରେ ସେବନ କରିବା ଉଚିତ୍ ନୁହେଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଧନିଆ ମଞ୍ଜିର ଫାଇଦା ବିଷୟରେ କହିବୁ। ଆସନ୍ତୁ ଜାଣିବା ଏହା ବିଷୟରେ

ଥାଇରଏଡ ରୋଗୀଙ୍କ ପାଇଁ ଧନିଆ ପାଣି ଅମୃତ ସମାନ। ଧନିଆ ପାଣି ପିଇବା ଦ୍ୱାରା ଉଭୟ ପ୍ରକାରର ଥାଇରଏଡ ଅସନ୍ତୁଳନର ଚିକିତ୍ସା କରାଯାଇ ପାରିବ।
ଭିଟାମିନ୍ କେ, ସି ଏବଂ ଏ ଭଳି ଭିଟାମିନ୍ସରେ ଭରପୂର ଥିବା କାରଣରୁ ଧନିଆ ପାଣି କେଶକୁ ମଜଭୁତ କରିବା ତଥା କେଶର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସକାଳେ ଧନିଆ ପାଣି ପିଇବା ଦ୍ୱାରା ଆପଣଙ୍କ କେଶ ଝଡ଼ିବା କମି ଯାଇଥାଏ।
ଧନିଆରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଫ୍ରି ରେଡିକଲ୍ସକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଏଥିସହ ଆପଣଙ୍କ ଓଜନ ହ୍ରାସ କରିବାରେ ମଧ୍ୟ ଏଥିରୁ ସାହାଯ୍ୟ ମିଳିଥାଏ।
ଧନିଆ ଆପଣଙ୍କ ପ୍ରତିରକ୍ଷା ସ୍ତର ବଢ଼ାଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଶରୀରରେ ଫ୍ରି ରେଡିକଲ୍ସକୁ କମ୍ କରିବାରେ ସାହାଯ୍ୟ କରିଥାଏ।