You are currently viewing ନିୟମିତ ଉଷୁମ ପାଣି ପିଉଛନ୍ତି କି? ତେବେ ଜାଣନ୍ତୁ

ନିୟମିତ ଉଷୁମ ପାଣି ପିଉଛନ୍ତି କି? ତେବେ ଜାଣନ୍ତୁ

ସୁସ୍ଥ ଶରୀର ପାଇଁ ପାଣି ବହୁତ ଜରୁରି। ତେବେ ଉଷୁମ ପାଣି ମଧ୍ୟ ଶରୀର ପାଇଁ ଉପକାରୀ। ବିଶେଷଜ୍ଞଙ୍କ ଅନୁସାରେ, ଯେଉଁମାନଙ୍କ ଦିନ ଉଷୁମ ପାଣିରେ ଆରମ୍ଭ ହୁଏ, ସେମାନେ ସୁସ୍ଥ ରହନ୍ତି । ଏହାର ଅର୍ଥ ନୁହେଁ, ଦିନ ତମାମ ଉଷୁମ ପାଣି ପିଇବେ। ସେହିପରି ସାରାଦିନ ଉଷୁମ ପାଣିରେ ରହିବା ଶରୀର ପାଇଁ ହାନିକାରକ। ତେବେ ଉଷୁମ ପାଣି ସହ ଜଡ଼ିତ କିଛି କଥା ବାବଦରେ ଜାଣିବା ଜରୁରି। ପାଣି କେବଳ ଶାରୀରିକ ନୁହେଁ, ମାନସିକ ସ୍ଵାସ୍ଥ୍ୟ ସହ ଜଡ଼ିତ ।

• ଉଷୁମ ପାଣି ପିଇବା ଦ୍ଵାରା ଅବସାଦ କମ୍ ହେବା ସହ ରକ୍ତ ପ୍ରବାହ ମଧ୍ୟ ଠିକ୍ ଭାବେ ହୋଇଥାଏ।ଶରୀର ମେଟାବଲିଜମ୍ ମଜଭୁତ ହୋଇଥାଏ। ଫଳରେ ପାଚନତନ୍ତ୍ର ଠିକ୍ ରହିଥାଏ।

• ଉଷୁମ ପାଣି ପିଇବା ଦ୍ଵାରା ଶରୀରରୁ ବିଷାକ୍ତ ତତ୍ତ୍ଵ ବାହାରିଥାଏ। ଏହା ଦ୍ଵାରା ଶରୀରର ଶୁଦ୍ଧିକରଣ ହୋଇଥାଏ।

• ଉଜ୍ଜ୍ଵଳ ତ୍ଵଚା ଓ ସୁସ୍ଥ କେଶ ପାଇଁ ଦିନକୁ ଦୁଇ ଗ୍ଲାସ୍ ଉଷୁମ ପାଣି ଯଥେଷ୍ଟ। ଗରମ ପାଣି ପିଇବା ଦ୍ଵାରା ତ୍ୱଚା ହାଇଡ୍ରେଟ୍ ରହିଥାଏ। ବ୍ରଣ ସମସ୍ୟା ମଧ୍ୟ ଦୂର ହୁଏ। ତା’ସହ ତ୍ଵଚା ମୃତ କୋଷ ଠିକ୍ ହୋଇଥାଏ।

• ସେହିପରି ସୁସ୍ଥ ଶରୀର ପାଇଁ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ଗୁରୁତ୍ଵପୂର୍ଣ୍ଣ । ପ୍ରତିଦିନ ସକାଳୁ ଗୋଟିଏ ଗ୍ଲାସ୍ ଗରମ ପାଣିରେ ଲେମ୍ବୁ ରସ ମିଶାଇ ପିଇବା ଉଚିତ। ଏହା ଦ୍ବାରା ରୋଗପ୍ରତିରୋଧକ ଶକ୍ତିର ମାତ୍ରା ବୃଦ୍ଧି ପାଇଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।