You are currently viewing ଓଜନ ନିୟନ୍ତ୍ରଣ କରେ କରମଙ୍ଗା

ଓଜନ ନିୟନ୍ତ୍ରଣ କରେ କରମଙ୍ଗା

କରମଙ୍ଗା ଏପରି ଏକ ଫଳ ଯାହାକୁ ଖାଇବା ଦ୍ୱାରା  ଖଟା, ମିଠା ଏବଂ ସ୍ୱାଦିଷ୍ଟ ଲାଗିଥାଏ ।  ଏହା ଷ୍ଟାର୍ ଫ୍ରୁଟ୍ ଭାବରେ ମଧ୍ୟ ଜଣାଶୁଣା ।କରମଙ୍ଗା  ଔଷଧୀୟ ଗୁଣରେ ଭରପୂର ଅଟେ । ଏହା ଭିଟାମିନ୍ ସି ର ସର୍ବୋତ୍ତମ ଉତ୍ସ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଏହା ଫାଇବରରେ ଭରପୂର ଅଟେ ଯାହା ହଜମ କରିବାରେ  ମଧ୍ୟ ସାହାଯ୍ୟ କରିଥାଏ ।ଏହାକୁ ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ ଏବଂ କେଶ ମଧ୍ୟ ଶକ୍ତିଶାଳୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା କରମଙ୍ଗାର ଉପକାରିତା ବିଷୟରେ-

– ଯଦି ଓଜନ ବଢିବା ଦ୍ୱାରା ଆପଣ ଚିନ୍ତାରେ ଅଛନ୍ତି ତେବେ କରମଙ୍ଗା ସେବନ କରନ୍ତୁ । ଏହାକୁ ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ ।ଫାଇବରରେ ଭରପୂର ଥିବା ଏହି ଫଳରେ କମ୍ କ୍ୟାଲୋରୀ ଥାଏ  ଯାହା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

–  ସୁଗାର ରୋଗୀଙ୍କ ପାଇଁ ଏହି ଫଳ ସେବନ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।  ଏହା ରକ୍ତରେ ଗ୍ଲୁକୋଜର ସ୍ତରକୁ ସନ୍ତୁଳିତ କରିଥାଏ ଏବଂ  ମଧୁମେହ କାରଣରୁ ହେଉଥିବା ସମସ୍ୟାକୁ ହ୍ରାସ କରିଥାଏ ।

– କରମଙ୍ଗା ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି  ମଜବୁତ୍ ରହିଥାଏ ।  ଏଥିରେ ଥିବା   ବିଟା-କେରାଟିନ୍  ଶରୀରକୁ ଯାଇ  ଭିଟାମିନ୍ ଏରେ ପରିଣତ ହୋଇଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

– କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ  କରମଙ୍ଗା  ଅତ୍ୟନ୍ତ ପ୍ରଭାବଶାଳୀ  ଅଟେ ।କରମଙ୍ଗାରେ କୋଲେଷ୍ଟ୍ରୋଲର ପରିମାଣ ବହୁତ କମ୍ ଥାଏ  ଯେଉଁଥିପାଇଁ  ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ହେବାର କୌଣସି ବିପଦ ନଥାଏ ।

– କରମଙ୍ଗା ସେବନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ଏଥିରେ ଥିବା ଫାଇବର ହଜମ ପ୍ରକ୍ରିୟାକୁ ଠିକ୍ ରଖିବା ସହିତ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ ।

– କରମଙ୍ଗା ଖାଇବା ଦ୍ୱାରା ଚର୍ମରେ ଚମକ ଆସିଥାଏ ।ଏହା ଏକିଜେମା,ଘିମିରି , ଲାଲ ଦାଗ, କୁଣ୍ଡିଆ, କୁଞ୍ଚନ, ଭଳି ଅନେକ ଚର୍ମ ସମସ୍ୟାକୁ ଦୂର କରିଥାଏ । ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର, ଏହି ଫଳ ଚେହେରାରେ ଚମକ ଆଣିଥାଏ।  ଏହା ମୁହଁ ବ୍ରଣରୁ ମୁକ୍ତି ମଧ୍ୟ ଦେଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।