pack2

ଶୀତ ଦିନେ ତ୍ୱଚାକୁ କୋମଳ ଏବଂ ସଫ୍ଟ କରିଥାଏ କଲରା ଫେସ୍ ମାସ୍କ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତି

ଆରମ୍ଭ ହୋଇସାରିଛି ଶୀତ ଋତୁ । ଏହି ସମୟରେ ତ୍ୱଚାର ଅଧିକ ଯତ୍ନ ନେବା ଜରୁରୀ । କାରଣ ଯତ୍ନ ନନେବା ଦ୍ୱାରା ତ୍ୱଚା ଫାଟିବା ସହ ଜଳନ ମଧ୍ୟ ହୋଇଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଅଧିକାଂଶ ମହିଳାମାନେ ବିିଭିନ୍ନ ପ୍ରକାର କ୍ରିମ୍ ବ୍ୟବହାର କରିଥାନ୍ତି କିନ୍ତୁ ଏହା ଅଧିକ ସମୟ କାମ କରିନଥାଏ । ଆପଣ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ କଲରା ଫେସ୍ ପ୍ୟାକ୍ ବ୍ୟବହାର କରିପାରିବେ । କଲରା ଖାଇବାକୁ ପିତା ଲାଗିଥାଏ ସତ କିନ୍ତୁ ଏହା ତ୍ୱଚା ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ-ସି ରହିଥାଏ, ଯାହା ଖାଇବା ଏବଂ ଲଗାଇବାରେ ଲାଭକାରୀ ହୋଇଥାଏ । ଏଥିସହ ଏଥିରେ ବୀଟା, କୈରୋଟିନ, ପୋଟାସିୟମ, କ୍ୟାଲସିୟମ ରହିଥାଏ, ଯାହା ଆପଣଙ୍କ ତ୍ୱଚାକୁ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ କଲରା ଫେସ୍ ପ୍ୟାକ୍ ଏବଂ ଏହାକୁ ଲଗାଇବାର ବିଧି ।

ଆବଶ୍ୟକୀୟ ସାମଗ୍ରୀ:

-୩ ଚାମଚ ଗ୍ରାଇଣ୍ଡିଂ ହୋଇଥିବା କଲାରା ପେଷ୍ଟ
-ଅଧା ଚାମଚ ମହୁ
-୨ ଚାମଚ ଦହି
-୨ ଚାମଚ ଗୋଲାପ ଜଳ

ପ୍ରସ୍ତୁତି ପ୍ରଣାଳୀ:

ଏହି ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ପାତ୍ରରେ କଲାରା ପେଷ୍ଟ ନିଅନ୍ତୁ । ଏହାପରେ ଏଥିରେ ୨ ଚାମଚ ଦହି ମିଶାଇ ଭଲଭାବେ ମିକ୍ସ କରିଦିଅନ୍ତୁ । ଏହାପରେ ସେଥିରେ ଗୋଲାପ ଜଳ ପକାନ୍ତୁ । ଏବେ ସେଥିରେ ମହୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ।

ଏପରି ଲଗାନ୍ତୁ ପ୍ୟାକ୍:

ଏହି ପ୍ୟାକ୍ କୁ ଭଲଭାବେ ଚେହେରାରେ ଲଗାନ୍ତୁ । ଲଗାଇବାର ୨୦ ମିନିଟ୍ ପରେ ହାଲୁକା ମସାଜ୍ କରନ୍ତୁ । ଏହାପରେ ଥଣ୍ଡା ପାଣିରେ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ । ଏବେ ମୁହଁରେ ଅଳ୍ପ ମଶ୍ଚରାଇଜର ଲଗାଇ ଦିଅନ୍ତୁ । ତ୍ୱଚାରେ ଗୋରାପଣ ଏବଂ କୋମଳ ରଖିବା ପାଇଁ ଏହି ଫେସ୍ ପ୍ୟାକ୍ କୁ ଆପଣ ସପ୍ତାହରେ ୨ ଥର ବ୍ୟବହାର କରିପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।