You are currently viewing କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ ଲବଙ୍ଗ କ୍ଷୀର

କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ ଲବଙ୍ଗ କ୍ଷୀର

ଅଧିକାଂଶ ଲୋକ ରାତିରେ କ୍ଷୀର ପିଇବା ପାଇଁ ପସନ୍ଦ କରନ୍ତି। ବିଶ୍ୱାସ ରହିଛି ଯେ, ରାତିରେ କ୍ଷୀର ପିଇଲେ ଭଲ ନିଦ  ହେବା ସହ ହଜମ ଶକ୍ତି ମଧ୍ୟ ଭଲ ରହିଥାଏ ।  ଏହାସହ କ୍ଷୀରରେ ଲବଙ୍ଗ ମିଶାଇ ପିଇଲେ  ମଧ୍ୟ ଅଧିକ ଲାଭ ମିଳିଥାଏ। ଏହି ଦୁଇଟି ଜିନିଷକୁ ଏକାଠି ପିଇବା  ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରି ହୋଇଥାଏ । କ୍ଷୀର ଏବଂ ଲବଙ୍ଗରେ ଅନେକ ପୋଷକ ତତ୍ତ୍ୱ ରହିଥାଏ । କ୍ଷୀରରେ ଫସଫରସ୍, ମ୍ୟାଗ୍ନେସିୟମ୍, ଆୟୋଡିନ୍, ଭିଟାମିନ୍ଏ-, ଡି ଓ କେ ଭରପୂର ମାତ୍ରାରେ ଥିବାବେଳେ ଲବଙ୍ଗରେ କାର୍ବୋହାଇଡ୍ରେଟ୍, ଆଇରନ୍, ସୋଡିୟମ୍ ପ୍ରଚୁର ପରିମାଣରେ ମିଳିଥାଏ । ଏଥିପାଇଁ ଶୋଇବା ପୂର୍ବରୁ ପ୍ରତିଦିନ ରାତିରେ କ୍ଷୀରରେ ଲବଙ୍ଗ ମିଶାଇ ସେବନ କରିବା ଉଚିତ୍ । ଆପଣ ଚାହିଁଲେ ଏହାକୁ ଯେକୌଣସି ସମୟରେ ମଧ୍ୟ ପିଇପାରିବେ, କିନ୍ତୁ ରାତିରେ ଏହାକୁ ପିଇବା ଅଧକ ଲାଭଦାୟକ ହୋଇଥାଏ । ଏଥିପାଇଁ, ପ୍ରଥମେ ଲବଙ୍ଗକୁ ଭଲ ଭାବେ ଗୁଣ୍ଡ କରି ପାଉଡର ତିଆରି କରି ରଖିଦିଅନ୍ତୁ। ପରେ ଏକ ଗ୍ଲାସ ଗରମ କ୍ଷୀରରେ ଲବଙ୍ଗ ପାଉଡ ଏବଂ  ଟିକେ ଗୁଡ ମିଶାଇ ସେବନ କରନ୍ତୁ ।  ତେବେ ଆସନ୍ତୁ ଜାଣିବା ଲବଙ୍ଗ କ୍ଷୀରର ଉପକାରିତା ବିଁୟରେ-

– ଶୀତ ଦିନେ ପ୍ରାୟତଃ ଲୋକଙ୍କ ଗଳାରେ ଯନ୍ତ୍ରଣା, କଫ ଆଦି ସମସ୍ୟା ସୃଷ୍ଟି ହୋଇଥାଏ । ଏଭଳି ସ୍ଥିତିରେ ରାତିରେ ଶୋଇବା ପୂର୍ବରୁ କ୍ଷୀର ସହ ଲବଙ୍ଗ ମିଶାଇ ପିଇବା ଦ୍ୱାରା ଲାଭଦାୟକ ହୋଇଥାଏ। ଏଥିରୁ ଗଳା ଯନ୍ତ୍ରଣା ଏବଂ କଫ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।

-ଯଦି ଆପଣ ଦୁର୍ବଳ ଅନୁଭବ କରୁଛନ୍ତି ତେବେ କ୍ଷୀର ସହ ଲବଙ୍ଗ ମିଶାଇ ପିଇବା ନିହାତି ଆବଶ୍ୟକ ଅଟେ। କ୍ଷୀରରେ କ୍ୟାଲସିଅମ୍, ସୋଡିଅମ୍, ପୋଟାସିଆମ ଭରପୂର ମାତ୍ରାରେ ରହିଛି। ଏହା ଶରୀରକୁ ଭରପୁର  ଶକ୍ତି ପ୍ରଦାନ କରିଥାଏ।

– କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶୋଇବା ପୂର୍ବରୁ ଲବଙ୍ଗ କ୍ଷୀର ପିଇବା ଉଚିତ। ଏହାଦ୍ୱାରା ଏସିଡିଟି ସମସ୍ୟା ମଧ୍ୟ ଦୂର ହୋଇଥାଏ। କେବଳ ସେତିକି ନୁହେଁ ଦାନ୍ତରେ ଯନ୍ତ୍ରଣା ସମସ୍ୟା ଥିଲେ ମଧ୍ୟ ଆପଣ ଏହି କ୍ଷୀରକୁ ପିଇ ପାରିବେ। ଏହା ଦାନ୍ତ ଯନ୍ତ୍ରଣାରୁ ଆରାମ ଦେଇଥାଏ।

– ପ୍ରାୟତଃ କିଛି ଲୋକଙ୍କ ମୁହଁରୁ ବେଳେ ବେଳେ ଦୁର୍ଗନ୍ଧ ବାହାରିବା ଭଳି ସମସ୍ୟା ରହିଥାଏ। ଏଭଳି ପରିସ୍ଥିତିରେ ଲବଙ୍ଗ କ୍ଷୀର ସେବନ କରିବା ଦ୍ୱାରା  ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।