laxmi mata

ଭୁଲରେ ବି ଘରେ ରଖନ୍ତୁ ନାହିଁ ଏହିସବୁ ଜିନିଷ, ଦେଖାଦେଇପାରେ ଦାରିଦ୍ର୍ୟତା

ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର ଅମାବାସ୍ୟା ଦିନ ଦୀପାବଳି ପର୍ବ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ପର୍ବ ଆସନ୍ତା ମାସ ୪ ତାରିଖରେ ପାଳନ କରାଯିବ। ଏନେଇ ସମଗ୍ର ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ଦୀପାବଳି ପୂର୍ବରୁ ଲୋକମାନେ ନିଜ ନିଜ ଘରକୁ ଭଲଭାବେ ପରିଷ୍କାର କରିଥାନ୍ତି କିନ୍ତୁ ବେଳେ ବେଳେ ପରିଷ୍କାର କରିବା ପରେ ମଧ୍ୟ ଏପରି କିଛି ଜିନିଷ ରହିଯାଇଥାଏ ଯାହାର ଖରାପ ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ଏଥିସହ ଘରେ ଅଶୁଭ ଜିନିଷ ରହିବା ଦ୍ୱାରା ମାଁ ଲକ୍ଷ୍ମୀ ବାସ କରନ୍ତି ନାହିଁ ଏବଂ ସର୍ବଦା ଧନର ଅଭାବ ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା ଏମିତି କେଉଁ ଅଶୁଭ ଜିନିଷ ଘରେ ରଖିବା ଅନୁଚିତ୍।

-ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଅଶୁଭ ବୋଲି କୁହାଯାଇଥାଏ। କୁହାଯାଇଥାଏ ଘରେ ଭଙ୍ଗା କାଚ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ। ଏହି କାରଣରୁ ଘରେ ଭଙ୍ଗା କାଚ ରଖିବା ଅନୁଚିତ୍।

-ଘରର କାନ୍ଥ ହେଉ କିମ୍ବା ହାତରେ ପିନ୍ଧା ଯାଉଥିବା ଘଣ୍ଟା ବନ୍ଦ ହେବା ଖରାପ। କାରଣ ଘଣ୍ଟାକୁ ସୁଖ-ସମୃଦ୍ଧିର ପ୍ରତୀକ କୁହାଯାଇଥାଏ। ଏହି କାରଣରୁ କୁହାଯାଇଥାଏ ଘଣ୍ଟା ବନ୍ଦ ହେବା ଦ୍ୱାରା ଭାଗ୍ୟ ମଧ୍ୟ ବନ୍ଦ ହୋଇଯାଇଥାଏ। ଏହି କାରଣରୁ ଯଦି ଆପଣଙ୍କ ଘରେ ବନ୍ଦ ଘଣ୍ଟା ରହିଥାଏ ତେବେ ତାକୁ ତୁରନ୍ତ ବଦଳାଇ ଦିଅନ୍ତୁ।

-ଘରେ କେବେ ବି ଭାଙ୍ଗି ଯାଇଥିବା ମୂର୍ତ୍ତି ରଖନ୍ତୁ ନାହିଁ। କୁହାଯାଇଥାଏ ଏହି ମୂର୍ତ୍ତି ଘରେ ରଖିବା ଦ୍ୱାରା ଦୁର୍ଭାଗ୍ୟ ଦେଖାଯାଇଥାଏ। ଏହି କାରଣରୁ ଦୀପାବଳି ପୂର୍ବରୁ ଘରେ ଥିବା ଭଗବାନଙ୍କ ପୁରୁଣା ପ୍ରତିମାକୁ ପାଣିରେ ବିସର୍ଜନ କରିଦିଅନ୍ତୁ।

-ସେହିଭଳି ଯଦି ଆପଣଙ୍କ ଘରେ ଫଟା କିମ୍ବା ପୁରୁଣା ଚପଲ ରଖିଥାନ୍ତି ତେବେ ତୁରନ୍ତ ତାକୁ ଘରୁ ବାହାର କରି ଦିଅନ୍ତୁ। ବାସ୍ତୁଶାସ୍ତ୍ର ଅନୁଯାୟୀ କୁହାଯାଇଥାଏ ଘରେ ଏହିସବୁ ଜିନିଷ ରହିବା ଦ୍ୱାରା ନକାରାତ୍ମକ ପ୍ରଭାବ ପଡିଥାଏ।

-ଏସବୁ ବ୍ୟତୀତ ଘରେ ଭାଙ୍ଗି ଯାଇଥିବା ବାସନ ରଖନ୍ତୁ ନାହିଁ। ଏଥିସହ ଭାଙ୍ଗି ଯାଇଥିବା ବାସନରେ କେବେ ବି କାହାକୁ ଖାଇବାକୁ ଦିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଦାରିଦ୍ର୍ୟତା ବଢିଥାଏ। ଏସବୁ କାରଣରୁ ଦୀପାବଳି ପୂର୍ବରୁ ତୁରନ୍ତ ଘରୁ ଏହିସବୁ ଜିନିଷ ବାହାର କରିଦିଅନ୍ତୁ।

ଅନ୍ୟମାନଙ୍କୁ ଜଣାନ୍ତୁ।