You are currently viewing ଆପଣ ଜାଣନ୍ତି କି, ମଧୁମେହରେ  ହରାଇପାରନ୍ତି ଦୃଷ୍ଟି ଶକ୍ତି

ଆପଣ ଜାଣନ୍ତି କି, ମଧୁମେହରେ ହରାଇପାରନ୍ତି ଦୃଷ୍ଟି ଶକ୍ତି

ଆପଣ ଜାଣନ୍ତି କି ମଧୁମେହରେ ଆପଣ ଦୃଷ୍ଟି ଶକ୍ତି ହରାଇପାରନ୍ତି ମଧୁମେହରେ ପୀଡ଼ିତ ରୋଗୀଙ୍କୁ ଭିନ୍ନ ଭିନ୍ନ ପ୍ରକାର ଚକ୍ଷୁ ସମ୍ବନ୍ଧୀୟ ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ। ଏପରିକି ମଧୁମେହ ଯୋଗୁଁ ଦୃଷ୍ଟିଶକ୍ତି ହରାଇବାକୁ ପଡ଼ିଥାଏ।

ଅଧିକାଂଶ ମଧୁମେହ ରୋଗୀଙ୍କ ଠାରେ ଡାଏବେଟିକ୍ ରେଟିନୋପାଥି ଦେଖାଦିଏ। ରୋଗୀଙ୍କର ରକ୍ତ ଶର୍କରା ବଢ଼ିଲେ ତାହାର ପ୍ରଭାବ ଦୃଷ୍ଟିଶକ୍ତି ଉପରେ ପଡ଼ିଥାଏ। ତେଣୁ ରୋଗୀଙ୍କୁ ନିୟମିତ ବ୍ୟବଧାନରେ ଚକ୍ଷୁ ପରୀକ୍ଷା କରାଇଲେ ଚକ୍ଷୁ ଜନିତ ସମସ୍ୟା ଶୀଘ୍ର ଜଣାପଡ଼ିଥାଏ। ଠିକ୍ ସମୟରେ ଚକ୍ଷୁ ପରୀକ୍ଷା କଲେ ୯୦ ପ୍ରତିଶତ ମଧୁମେହ ଜନିତ ଦୃଷ୍ଟି ସମସ୍ୟା ଦୂର କରିବା ସମ୍ଭବ।

ରକ୍ତ ଶର୍କରା ବଢ଼ିଲେ ରୋଗୀଙ୍କୁ ଝାପ୍ସା ଦିଶେ। ଏହାସହ ଆଖି ଡୋଳା ବୁଲାଇବାରେ ସମସ୍ୟା ହୋଇଥାଏ। ତେବେ ଡାଏବେଟିକ୍ ରେଟିନୋପାଥି ଦ୍ଵାରା ରୋଗୀଙ୍କୁ ଦୃଷ୍ଟିଶକ୍ତି ହରାଇବାକୁ ପଡ଼ିଥାଏ। ରେଟିନାରେ ରକ୍ତବାହିକା ସମ୍ପୂର୍ଣ୍ଣ ଫୁଲିଗଲେ ଏହା ସୃଷ୍ଟି ହୁଏ। ମଧୁମେହରେ ପୀଡ଼ିତଙ୍କ ଠାରେ ଶୀଘ୍ର ମୋତିଆବିନ୍ଦୁ ସମସ୍ୟା ଦେଖା ଦେଇଥାଏ। ଏହାସହ ଗ୍ଲାକୋମା ମଧ୍ୟ ସୃଷ୍ଟି ହୁଏ।

ତେବେ ମଧୁମେହ ରୋଗୀଙ୍କୁ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବା ଦରକାର। ଡାଏଟ୍ ଉପରେ ଗୁରୁତ୍ଵ ଦେବା ସହ ନିତିଦିନ ବ୍ୟାୟାମ କରିବା ଉଚିତ। ଚକ୍ଷୁ ସମସ୍ୟା ନ ଥିଲେ ବି ପ୍ରତି ମାସରେ ଚକ୍ଷୁ ପରୀକ୍ଷା କରିବା ଉଚିତ। ମଧୁମେହ ଯୋଗୁଁ ଦୃଷ୍ଟିଶକ୍ତି ଅଚାନକ ଚାଲିଯାଉଥିବାରୁ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଅନୁଚିତ।

ଅନ୍ୟମାନଙ୍କୁ ଜଣାନ୍ତୁ।