eat

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଜିନିଷ, ନଚେତ ହୋଇପାରେ ଗମ୍ଭୀର ରୋଗ

ଯେତେବେଳେ ଆମେ ନିଦରୁ ଉଠିଥାଉ, ସେହି ସମୟରେ ଆମ ପେଟ ପୂରା ଖାଲି ଥାଏ । ଯଦି ଏହି ପରିସ୍ଥିତିରେ ଆମେ କିଛି ଖରାପ ଖାଦ୍ୟ ଖାଉଛନ୍ତି । ତାହେଲେ ଆମ ପେଟରେ ଗ୍ୟାସ୍‌ ଓ ଏସିଡିଟି ଭଳି ସମସ୍ୟା ହୋଇପାରେ । କିନ୍ତୁ କିଛି ଲୋକ ଅଜାଣତରେ ସକାଳୁ ଉଠି ଖାଲି ପେଟରେ କିଛି ଏପରି ଜିନିଷ ଖାଇନିଅନ୍ତି, ଯାହା ତାଙ୍କର ପୂରା ଦିନଟିକୁ ଖରାପ କରିଦେଇଥାଏ। ସେଥିପାଇଁ ସକାଳର ବ୍ରେକ୍‌ଫାଷ୍ଟ ଭାବିଚିନ୍ତି କରିବା ଉଚିତ । ତେବେ ଆସନ୍ତୁ ଜାଣିବା ସକାଳୁ ଖାଲି ପେଟରେ କେଉଁ ଜିନିଷ ଖାଇବା ନାହିଁ  

ଚିନି କିମ୍ବା ମହୁ 
ପ୍ରାୟତଃ ଲୋକମାନେ ସକାଳୁ ଉଠି ଖାଲି ପେଟରେ ମହୁ ଖାଇନିଅନ୍ତି। କାରଣ ସେମାନଙ୍କୁ ଲାଗିଥାଏ ଯେ ମହୁ ଖାଇବା ଦ୍ୱାରା ଓଜନ କମ ହୋଇଥାଏ। ହେଲେ ଚିନି ଅପେକ୍ଷା ମହୁରେ ଅଧିକ କ୍ୟାଲୋରୀ ରହିଥାଏ। ଏଥି ସହ ବଜାରରେ ମିଳୁଥିବା ମହୁରେ ଅନେକ ପ୍ରକାରର କେମିକାଲ ମିଶା ହୋଇଥାଏ । ଯାହାଦ୍ୱାରା ଏହାକୁ ଖାଲି ପେଟରେ ଖାଇଲେ  ବ୍ଲଡ ପ୍ରେସର ଲେବଲ ବଢି ଯାଇଥାଏ ଏବଂ ଅଧିକ ଭୋକ ଲାଗିଥାଏ । ସେଥିପାଇଁ ଯଦି ଆପଣଙ୍କ ପାଖରେ ସୁଦ୍ଧ ମହୁ ଅଛି ତାହେଲେ ଖାଇପାରିବେ। ନଚେତ ବାହାରରେ ମିଳୁଥିବା ମହୁ ଖାଆନ୍ତୁ ନାହିଁ।

ଖଟା ଫଳ
ସକାଳୁ ଉଠି ଖାଲି ପେଟରେ ଲେମ୍ବୁ, କମଳା ଭଳି ଜିନିଷ ଖାଇବା ପେଟ ପାଇଁ ଆଦୌ ଠିକ୍‌ ନୁହେଁ। କାରଣ ଖଟା ଫଳରେ ଅମ୍ଳିୟ ଗୁଣ ରହିଥାଏ । ଯାହା ଖାଲି ପେଟରେ ଖାଇବା ଦ୍ୱାରା ଏସିଡିଟି ସମସ୍ୟା ହୋଇପାରେ। ସେଥିପାଇଁ ସକାଳୁ ମିଠା ଓ କମ୍‌ ଖଟା ଫଳ ଖାଇବା ଉଚିତ। ଯଦି ଆପଣଙ୍କୁ ଖଟା ଫଳ ଖାଇବାରେ ଅଛି ତାହେଲେ ଅନ୍ୟ କିଛି ଖାଦ୍ୟ ସହ ମିଶାଇ ଖାଇପାରିବେ।

 ମିଠା ବଦଳରେ ଲୁଣିଆ ଖାଦ୍ୟ ଖାଇବା ଉଚିତ
ଲୁଣିବା ଖାଦ୍ୟ ଖାଇବା ବ୍ଲଡ ପ୍ରେସର ଲେବଲକୁ ସ୍ଥିର ରହିବାରେ ସାହାଯ୍ୟ କରିଥାଏ। ତେବେ ଯେଉଁ ଲୋକମାନେ ଫିଟ୍‌ନେସ୍‌ ଉପରେ ଅଧିକ ଧ୍ୟାନ ଦିଅନ୍ତି, ସେମାନଙ୍କ ପାଇଁ ଏହା ବିଶେଷ ରୂପରେ ଲାଭଦାୟକ ହୋଇଥାଏ। ପ୍ରୋଟିନ୍‌ ଓ ହେଲଦି ଫ୍ୟାଟ୍‌ରେ ଭରପୂର ଥିବା ଖାଦ୍ୟ ଖାଇବା ଦ୍ୱାରା ଭୋକ କମ୍‌ ହୋଇଥାଏ। ଯାହାଦ୍ୱାରା ଅଧିକ ଭୋକ ଲାଗି ନ ଥାଏ । କିନ୍ତୁ ଅନ୍ୟ କିଛି ଖାଦ୍ୟ କିମ୍ବା ମିଠା ଜିନିଷ ଖାଇବା ଦ୍ୱାରା ବ୍ଲଡ ସୁଗାର ହଠାତ୍‌ ବଢିପାରେ। ଯେଉଁଥିପାଇଁ ଅଧିକ ଭୋକ ଲାଗିଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।