You are currently viewing ଏହିସବୁ ବ୍ୟକ୍ତି ଭୁଲରେ ବି ସେବନ କରନ୍ତୁ ନାହିଁ ହଳଦୀ, ନଚେତ୍ ଭୋଗିବାକୁ ପଡ଼ିବ ଅନେକ ସମସ୍ୟା

ଏହିସବୁ ବ୍ୟକ୍ତି ଭୁଲରେ ବି ସେବନ କରନ୍ତୁ ନାହିଁ ହଳଦୀ, ନଚେତ୍ ଭୋଗିବାକୁ ପଡ଼ିବ ଅନେକ ସମସ୍ୟା

ହଳଦୀ ସେବନ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। କିନ୍ତୁ ବେଳେ ବେଳେ ଏହି ଲାଭକାରୀ ଜିନିଷ ମଧ୍ୟ କିଛି ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ। ଏଥିସହ ପାଶ୍ୱର୍ପ୍ରତିକ୍ରିୟା ମଧ୍ୟ ଦେଖାଯାଇଥାଏ। ଏନେଇ ଆଜି ଆମେ ଆପଣଙ୍କୁ କେଉଁ ସମସ୍ୟା ଥିଲେ ହଳଦୀ ସେବନ କରିବା ଅନୁଚିତ ସେହି ସଂର୍ପକରେ ଜଣାଇବୁ ।

  • ଷ୍ଟୋନ ସମସ୍ୟା ଥିବା ବ୍ୟକ୍ତିମାନେ ହଳଦୀ ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ବାସ୍ତବରେ ଯେଉଁ ବ୍ୟକ୍ତିଙ୍କ ପାଖରେ ବାରମ୍ବାର ଷ୍ଟୋନ ସମସ୍ୟା ଦେଖାଦେଇଥାଏ ସେହି ବ୍ୟକ୍ତିମାନେ ହଳଦୀ ସେବନ କରିବା ଅନୁଚିତ। ଏହି କାରଣରୁ ହଳଦୀ ସେବନ କମ୍ କରିବା ଉଚିତ।
  • ସେହିଭଳି ଡାଇବେଟିଜ୍ ରୋଗୀମାନେ ସୀମିତ ମାତ୍ରାରେ ହଳଦୀ ସେବନ କରିବା ଉଚିତ। କାରଣ ଡାଇବେଟିଜ୍ ଥିବା ବ୍ୟକ୍ତିଙ୍କୁ ବ୍ଲଡ୍ ସୁଗାର ନିୟନ୍ତ୍ରଣରେ ରଖିବା ପାଇଁ ଏବଂ ରକ୍ତକୁ ପତଳା କରିବା ପାଇଁ ଔଷଧ ଦିଆଯାଇଥାଏ। ଏହି କାରଣରୁ ଅତ୍ୟାଧିକ ହଳଦୀ ସେବନ କରିବା ଦ୍ୱାରା ଶରୀରରେ ରକ୍ତର ମାତ୍ରା କମ୍ ହୋଇପାରେ ଯାହାଦ୍ୱାରା ଅନେକ ସମସ୍ୟା ଦେଖାଦେଇଥାଏ।
  • ନାକ ଏବଂ ପାଟିରୁ ରକ୍ତସ୍ରାବ ହେଉଥିଲେ ଅତ୍ୟାଧିକ ହଳଦୀ ସେବନ କରିବା ଅନୁଚିତ। କାରଣ ଏହା ଦ୍ୱାରା ଶରୀରରେ କ୍ଷତି ପହଞ୍ଚିଥାଏ।
  • ଏଥିସହ ଯେଉଁ ବ୍ୟକ୍ତିମାନଙ୍କର ଜଣ୍ଡିସ୍ ସମସ୍ୟା ରହିଥାଏ ସେମାନେ ବିଲକୁଲ ହଳଦୀ ସେବନ କରିବା ଅନୁଚିତ। କାରଣ ହଳଦୀ ଶରୀରକୁ ଗରମ କରିଥାଏ । ଏହି କାରଣରୁ ଜଣ୍ଡିସ୍ ରୋଗ ଭଲ ହେବା ପରେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ନେଇ ହଳଦୀ ସେବନ କରନ୍ତୁ।
ଅନ୍ୟମାନଙ୍କୁ ଜଣାନ୍ତୁ।