You are currently viewing ଜଲଦି ପତଳା ହେବାକୁ ଚାହୁଁଥିଲେ ଆପଣାନ୍ତୁ ନାହିଁ ଏହିସବୁ ଉପାୟ…

ଜଲଦି ପତଳା ହେବାକୁ ଚାହୁଁଥିଲେ ଆପଣାନ୍ତୁ ନାହିଁ ଏହିସବୁ ଉପାୟ…

କିଛି ଏକ୍ସସରସାଇଜ ବ୍ୟତୀତ ଡାଏଟ ମଧ୍ୟ ଜାଣତରେ ହେଉ କିମ୍ବା ଅଜାଣତରେ ଶରୀରକୁ କ୍ଷତି ପହଞ୍ଚାଇଥାଏ। ଯେପରି ଅଧିକାଂଶ ଲୋକମାନେ ସକାଳୁ ସକାଳୁ ଖାଲି ପେଟରେ ଲେମ୍ବୁ ପାଣି ପିଇଥାନ୍ତି। କିନ୍ତୁ ଏହା ଶରୀର ପାଇଁ ଲାଭକାରୀ ହୋଇନଥାଏ। କାରଣ ଖାଲି ପେଟରେ ଲେମ୍ବୁ ପାଣି ପିଇବା ଦ୍ୱାରା ଏସିଡ଼ିଟି ହେବାର ସମ୍ଭାବନା ରହିଥାଏ। ଏହା ପରିବର୍ତ୍ତେ ଆପଣ ଗରମ ପାଣି ପିଇ ପାରିବେ। ଏଭଳି ଅନେକ ଜିନିଷ ରହିଛି, ଯାହା ଆମକୁ କ୍ଷତି ପହଞ୍ଚାଇଥାଏ। ତେବେ ଆସନ୍ତୁ ଜାଣିବା ସେସବୁ କ’ଣ, ଯାହା ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ।

-ଭୁଲରେ କେବେବି ଜୁସରେ ବରଫ ମିଶାଇ ପିଅନ୍ତୁ ନାହିଁ। କାରଣ ଏପରି କରିବା ଦ୍ୱାରା ପେଟରେ ଯନ୍ତ୍ରଣା ହେବା ସହ ଥଣ୍ଡା ହେବାର ସମ୍ଭାବନା ରହିଥାଏ। ସେହିଭଳି ଗୋଟିଏ ପ୍ରକାର ଫଳରେ ଜୁସ ବନାଇ ପିଅନ୍ତୁ। ବିଶେଷରୂପେ କଦଳୀରେ ଅନ୍ୟ କୌଣସି ଫଳ ମିଶାଇ ଜୁସ ପିଅନ୍ତୁ ନାହିଁ। କାରଣ ଆୟୁର୍ବେଦ ଅନୁଯାୟୀ ଏପରି କରିବା ଦ୍ୱାରା ସମସ୍ୟା ଦେଖାଯିବାର ସମ୍ଭାବନା ରହିଥାଏ।

ସେହିଭଳି କିଛି ଲୋକମାନେ ବହୁତ ଜଲଦି ପତଳା ହେବା ପାଇଁ ହଟ ଯୋଗ କରିଥାନ୍ତି। କିନ୍ତୁ ଯଦି ଆପଣଙ୍କୁ ଓଜନ କମ କରିବାରେ ଇଛା ତେବେ ଆପଣ ସିମ୍ପୁଲ ୱାର୍କଆଉଟ ଏବଂ ଯୋଗ କରନ୍ତୁ। ବିଶେଷଜ୍ଞ କହିବାନୁଯାୟୀ ଅଧିକାଂଶ ଲୋକମାନେ ହଟ ଯୋଗ ଆପଣେଇଥିଲେ କିନ୍ତୁ ଏହାର ରେଜଲ୍ଟରେ କେବଳ ଡିହାଇଡ୍ରେସନ ଏବଂ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳିଥିଲା। ଏହି କାରଣରୁ ଜଲଦି ପତଳା ହେବା ପାଇଁ ଇଚ୍ଛା ରଖିଥିଲେ ଭୁଲରେ ବି ଏହିସବୁ ଉପାୟ ଆପଣାନ୍ତୁ ନାହିଁ।

ଅନ୍ୟମାନଙ୍କୁ ଜଣାନ୍ତୁ।