You are currently viewing ଖାଲି ପେଟରେ ଚା’ ପିଇବାର ଅପକାରିତା

ଖାଲି ପେଟରେ ଚା’ ପିଇବାର ଅପକାରିତା

ଭାରତରେ  ଚା’ର ବହୁଳ ବ୍ୟବହାର କରାଯାଇଥାଏ । ଚା’ ବିନା ଲୋକଙ୍କର ଦିନର ଆରମ୍ଭ  ହୋଇପାରେନାହିଁ । ଅଧିକାଂଶ ଲୋକମାନଙ୍କର ସକାଳ ଆରମ୍ଭ ଚା’କପରୁ ହିଁ ହୋଇଥାଏ। କିନ୍ତୁ ବିଶେଷଜ୍ଞ ମତ ଅନୁଯାୟୀ ଏପରି କରିବା ଉଚିତ୍ ନୁହେଁ  କାରଣ ଏହା ଏସିଡିଟିକୁ ବଢାଇ ଦେଇଥାଏ ତେଣୁ ଖାଲିପେଟରେ ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଖାଲିପେଟରେ ଚା ପିଇବା ଦ୍ୱାରା ଶରୀରର କ’ଣ ସବୁ କ୍ଷତି ହୋଇଥାଏ ।


   ୧. ବିଶେଷଜ୍ଞଙ୍କ କହିବା ଅନୁସାରେ ଖାଲି ପେଟରେ ଚା’ ପିଇଲେ ମୁହଁର ବ୍ୟାକ୍ଟେରିଆ ଶରୀର ଭିତରକୁ ଚାଲିଯାଇ ଶରୀରର କ୍ଷତି କରିଥାନ୍ତି । ତା’ଛଡା ଚା’ରେ ଏମିତି ଏକ ରସାୟନ ଅଛି ଯାହା କୋଷ୍ଠକାଠିନ୍ୟ ଭଳି ସମସ୍ୟା ସୃଷ୍ଟି କରିଥାଏ।


   ୨.ଯଦି ଆପଣ ଚା’ ପିଉଛନ୍ତି ତେବେ ସକାଳ ଜଳଖିଆ କରିବାର ଏକ ଘଣ୍ଟାପରେ ପିଅନ୍ତୁ । ସେହିଭଳି କେବେହେଲେ  ରାତିରେ ଶୋଇବା ପୂର୍ବରୁ ଚା’ ପିଇବେ ନାହିଁ କାରଣ ଏପରି କରିବା ଦ୍ୱାରା ପେଟ ଜନିତ ସମସ୍ୟା  ଦେଖାଯାଇଥାଏ।
  ୩.ବିଶେଷଞଙ୍କ କହିବା ଅନୁସାରେ  ଚା’ ପିଇବାର ସଠିକ୍ ସମୟହେଉଛି ଖାଦ୍ୟ ଖାଇବାର ଏକ ଘଣ୍ଟାପରେ । ଖାଲିପେଟରେ ଚା’ ପିଇବା ଦ୍ୱାରା ଶରୀରରୁ ଜଳୀୟ ଅଂଶ କମିଯାଇଥାଏ । ସେଥିପାଇଁ ଆପଣ ଚା’ ପିଇବା ସମୟରେ କିଛି ଜଳଖିଆ ଖାଇନେବା ଆବଶ୍ୟକ ।

ସେହିଭଳି ଜରୁରୀ ନୁହେଁକି ଆପଣଙ୍କ ସକାଳର ଆରମ୍ଭ ଚା’ରୁ ହିଁ ଆରମ୍ଭ ହେବା ଦରକାର । ଆପଣ ଚାହିଁଲେ  ଚା’ ସ୍ଥାନରେ ଲେମ୍ବୁରସ ସହ କଳାଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାଇ ପିଇପାରିବେ । ଏହା ଆପଣଙ୍କ   ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରେ । ଯଦି ଚା’ ପିଉଛନ୍ତି ତେବେ ସକାଳୁ କିଛି ଖାଦ୍ୟ ଖାଇ ଚା’ ପିଅନ୍ତୁ । ଏପରି କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।