You are currently viewing ବ୍ରାଉନ ବ୍ରେଡ ସ୍ୱାସ୍ଥ୍ୟ ପକ୍ଷେ ହିତକର, ଜାଣନ୍ତୁ ଉପକାରିତା

ବ୍ରାଉନ ବ୍ରେଡ ସ୍ୱାସ୍ଥ୍ୟ ପକ୍ଷେ ହିତକର, ଜାଣନ୍ତୁ ଉପକାରିତା

ବ୍ରେଡ ତ ଆପଣ ସମସ୍ତେ ଖାଆନ୍ତି । ଏହା ସ୍ୱାସ୍ଥ୍ୟ ପକ୍ଷେ ଉପକାରୀ | କିନ୍ତୁ କ’ଣ ଆପଣ କେବେ ବ୍ରାଉନବ୍ରେଡ ଖାଇଛନ୍ତି କି ? କାହିଁକି ନା ବ୍ରାଉନ ବ୍ରେଡ ହ୍ୱାଇଟବ୍ରେଡ ଠାରୁ ଅଧିକ ପୃଷ୍ଟିିକର । ବ୍ରାଉନ ବ୍ରେଡ ଅଟାରେ ହେଉଥିବା ବେଳେ ହ୍ୱାଇଟ ବ୍ରେଡ ମଇଦାରେ ହୋଇଥାଏ । ସେଥିପାଇଁ ବ୍ରାଉନ ବ୍ରେଡର ସେବନ ଶରୀର ପାଇଁ ବହୁତ ଲାଭ କାରୀ । ବ୍ରାଉନବ୍ରେଡରେ ବହୁଳ ମାତ୍ରାରେ ଭିଟାମିନ ସି, ଭିଟାମିନ ଇ, ମ୍ୟାଗ୍ନେସିୟମ, ଆଦି ଥାଏ । ତେବେ ଆସନ୍ତୁ ଜାଣିବା ବ୍ରାଉନ ବ୍ରେଡ ଖାଇବାର ଫାଇଦା :

100% Whole Wheat Bread for the Bread Machine | King Arthur Baking


ବ୍ରାଉନବ୍ରେଡ ଅଟାରେ ତିଆରି ହୋଇଥାଏ । ଏହା ଖୁବ ସହଜରେ ହଜମ ହୋଇଯାଏ । ବହୁ ଲୋକ ଏହାକୁ ସକାଳ ଜଳଖିଆ ରୂପେ ମଧ୍ୟ ଗ୍ରହଣ କରନ୍ତି ।
ଓଜନ କମ୍ କରିବା ପାଇଁ ବ୍ରାଉନ ବ୍ରେଡ ଖାଇବା ନିହାତି ଆବଶ୍ୟକ । ବ୍ରାଉନ ବ୍ରେଡ ଓଜନ କମ କରିବା ପାଇଁ ବହୁତ ସାହାର୍ଯ୍ୟକାରୀ ହୋଇଥାଏ ।
ବ୍ରାଉନବ୍ରେଡରେ ଗ୍ଲାଇସୋମିକ ଇଂଡେକ୍ସ କମ୍ ଥାଏ । ଏଥିପାଇଁ ଏହା ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭକାରୀ ।
ବ୍ରାଉନବ୍ରେଡରେ ଅନେକ ପୋଷକତତ୍ତ୍ୱ ଥାଏ । ଏହା ଦାନ୍ତ ଓ ଦାନ୍ତର ମାଢୀକୁ ମଜବୁତ କରିଥାଏ ।
ଯେଉଁମାନେ ହୃଦୟ ଜନିତ ରୋଗରେ ପୀଡିତ , ସେମାନେ ବ୍ରାଉନ ବ୍ରେଡ ଖାଇବା ନିହାତି ଜରୁରୀ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର |

ଅନ୍ୟମାନଙ୍କୁ ଜଣାନ୍ତୁ।