You are currently viewing ଚର୍ମରୋଗ ଦୂର କରେ ହେଙ୍ଗୁ

ଚର୍ମରୋଗ ଦୂର କରେ ହେଙ୍ଗୁ

ରୋଷେଇ ଘରେ ହେଙ୍ଗୁର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ବ୍ୟଞ୍ଜନର ସ୍ୱାଦ ଏବଂ ସୁଗନ୍ଧ ପାଇଁ ମୁଖ୍ୟତଃ ହେଙ୍ଗୁ ବ୍ୟବହାର କରାଯାଇଥିଲା । ଡାଲିରେ ତଡକା ଦେବା ପାଇଁ ହେଉ କି ତରକାରୀର ସ୍ୱାଦ ବୃଦ୍ଧି ପାଇଁ ହେଙ୍ଗୁ ସବୁବେଳେ ଆବଶ୍ୟକ ହୋଇଥାଏ । ଆପଣ ଜାଣିଛନ୍ତି କି ଆର‌୍ୟୁବେଦ ଶାସ୍ତ୍ର ଅନୁଯାୟୀ ହେଙ୍ଗୁରେ ମଧ୍ୟ ବହୁ ଔଷଧୀୟ ଗୁଣ ରହିଛି । ତେବେ ଆସନ୍ତୁ ଜାଣିବା ହେଙ୍ଗୁରେ କେଉଁ କେଉଁ ଔଷଧୀୟ ଗୁଣ ରହିଛି?


୧. ପେଟ ସମସ୍ୟା : ପେଟ ସମସ୍ୟା ପାଇଁ ହେଙ୍ଗୁ ଅତ୍ୟନ୍ତ ଲାଭଦାୟକ ଅଟେ । ବଦହଜମି, ଗ୍ୟାସ ଏବଂ କୃମିଦୋଷ ଥିଲେ ହେଙ୍ଗୁ ଖାଇବା ଉଚିତ ।


୨. ଦାନ୍ତ ବିନ୍ଧା: ହେଙ୍ଗୁରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଯାହା ଦାନ୍ତ ସଂକ୍ରମଣ ଏବଂ ବିନ୍ଧାଛିଟିକା ଦୁର କରିବାରେ ସହାୟକ ହୋଇଥିଏ । ଦାନ୍ତ ବିନ୍ଧା ଓ ମାଢିରୁ ରକ୍ତ ବାହାରୁଥିଲେ ତାହେଲେ ହେଙ୍ଗୁ ଏକ ଅମୋଘ ଔଷଧ । ହେଙ୍ଗୁକୁ ପାଣିରେ ସିଝାଇ ସେହି ପାଣିକୁ କୂଳି କଲେ ଦାନ୍ତ ସଂକ୍ରମଣରୁ ମୁକ୍ତି ମିଳେ ।


୩. ମୁଣ୍ଡବିନ୍ଧା: ଥଣ୍ଡା,କାଶ,ଛିଙ୍କ ବା ମାଇଗ୍ରେନ କାରଣୁ ମୁଣ୍ଡ ବିନ୍ଧା ହେଉଥିଲେ ହେଙ୍ଗୁକୁ ପାଣିରେ ସିଝାଇ ପିଇବା ଦ୍ୱାରା ମୁଣ୍ଡବିନ୍ଧାରୁ ଉପଶମ ମିଳିଥାଏ ।


୪.କାନବିନ୍ଧା: ହେଙ୍ଗୁରେ ଥିବା ଆଣ୍ଟିବାୟୋଟିକ ଏବଂ ଆଣ୍ଟିଇନଫ୍ଲାମେସନ ଗୁଣ ରହିଛି । ଯାହା କାନବିନ୍ଧା ଭଲ କରିବା ପାଇଁ ସାହାଯ୍ୟ କରେ । ଦୁଇ ଚାମଚ ନଡିଆ ତେଲରେ ଗୋଟିଏ ଚୁଟକି ହେଙ୍ଗୁ ପକାଇ ଗରମ କରି ଥଣ୍ଡା ହେଲା ପରେ ଏହାକୁ କାନରେ ପକାଇଲେ ଉପଶମ ମିଳିଥାଏ ।

୫. ମହିଳାଙ୍କ ସମସ୍ୟା : ମହିଳାଙ୍କ ରୁତୁସ୍ରାବ ସମୟରେ ଦେଖା ଦେଉଥିବା ଲ୍ୟୁକୋରିଆ ଏବଂ କେଣ୍ଡଡା ଇନଫେକସନ୍ କ୍ଷେତ୍ରରେ ମଧ୍ୟ ହେଙ୍ଗୁ ଭଲ କାମ କରିଥାଏ ।

୬. ଚର୍ମରୋଗ: ଚର୍ମରୋଗ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ହେଙ୍ଗକୁ ପାଣିରେ ମିଶାଇ ଦେହରେ ଲଗାଇଲେ ଯାଦୁ,କାଛୁ ,କୁଣ୍ଡିଆ ଭଳି ଚର୍ମ ରୋଗ ଦୂର ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।