You are currently viewing ବାନ୍ତି ଅନୁଭବ କରୁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ବାନ୍ତି ଅନୁଭବ କରୁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ଦୀର୍ଘ ଯାତ୍ରା ସମୟରେ ବାନ୍ତି ଲାଗିବା କିମ୍ବା ବାନ୍ତି ଭଳି ଅନୁଭବ କରିବା ସ୍ୱାଭାବିକ ଅଟେ ।  ଅନେକ ଥର, କିଛି  ଓଲଟା ସିଧା ଖାଦ୍ୟଖାଇବା ପରେ ଅମ୍ଳତା ଏବଂ ବାନ୍ତି ପରି ଅନୁଭବ ଲାଗିଥାଏ ।ଯେତେବେଳେ ଲୋକମାନେ ଅସୁସ୍ଥ ଅନୁଭବ କରନ୍ତି କିମ୍ବା ବାନ୍ତି ଭଳି ଅନୁଭବ କରନ୍ତି, ସେତେବେଳେ ଲୋକମାନେ ଔଷଧ ଖାଇଥା’ନ୍ତି ।ବହୁତ ଥର ରାତିରେ ଅସୁସ୍ଥତା କିମ୍ବା ଭ୍ରମଣ ବେଳେ  ସ୍ୱାସ୍ଥ୍ୟର ଖରାପ ହେତୁ ଅନେକ ସମୟରେ ଔଷଧ ସମୟ ସମୟରେ ଉପଲବ୍ଧ ହୁଏ ନାହିଁ । ଏପରି ପରିସ୍ଥିତିରେ, ଆପଣ କିଛି ଘରୋଇ ଉପଚାର ଗ୍ରହଣ କରି ବାନ୍ତିକୁ ରୋକି ପାରିବେ । ଏହା କରିବା ଦ୍ୱାରା କେବଳ ଏସିଡିଟିରେ ଆରାମ ମିଳିନଥାଏ ବରଂ ଖରାପ ସ୍ୱାସ୍ଥ୍ୟରୁ ମଧ୍ୟ ଆରାମ ମିଳିଥାଏ ।ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ-

– କମଳା ରସ ପିଇବା କିମ୍ବା କମଳା ଖାଇବା ଦ୍ୱାରା ବାନ୍ତି ବନ୍ଦ ହୋଇଯାଏ ।

– ଯଦି ତୁମେ ବାନ୍ତି ଭଳି ଅନୁଭବ କରୁଛ, ପାଣି କିମ୍ବା ଲେମ୍ବୁ ପାଣି ସେବନ କରନ୍ତୁ  । ଏହାକୁ ଅଳ୍ପ ଅଳ୍ପ କରି ପିଅନ୍ତୁ, ଏକ ସମୟରେ ବହୁତ ପିଇବା ଦ୍ୱାରା ବାନ୍ତି ହେବାର ସମ୍ଭାବନା ବଢିଯାଏ ।

– ଲୁଣ ଏବଂ ଚିନି ପାଣି ପିଇ ମଧ୍ୟ  ଆପଣ ବାନ୍ତିରୁ ଆରାମ ଅନୁଭବ କରିପାରିବେ ।

– ଏକ କପ୍ ପାଣିରେ ଏକ ଚାମଚ ପାନମଧୁରୀକୁ ୧୦ ମିନିଟ୍ ଫୁଟାଇବା ଏହି ପାଣିକୁ ସେବନ କରିବ ଦ୍ୱାରା  ମଧ୍ୟ ବାନ୍ତି ବନ୍ଦ ହୋଇଯାଇଥାଏ ।

– ଗଭୀର ଏବଂ ଦୀର୍ଘ ନିଶ୍ୱାସ ନିଅନ୍ତୁ ଏବଂ କିଛି ଭଲ ମୁହୂର୍ତ୍ତ ବିଷୟରେ ଚିନ୍ତା କରିବାକୁ ଚେଷ୍ଟା କରନ୍ତୁ ।ଭ୍ରମଣ ସମୟରେ ଯଦି ଆପଣ ବାନ୍ତି  ଲାଗୁଛି ତେବେ ଏହି ପ୍ରଣାଳୀ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ ।

– ଏକ ଚାମଚ ଲବଙ୍ଗକୁ ଏକ କପ୍ ପାଣିରେ ଫୁଟାନ୍ତୁ ଏବଂ ଏହାକୁ ଛାଣି ସେବନ କରନ୍ତୁ ।ଭ୍ରମଣ ସମୟରେ ଏହା ବାନ୍ତିରୁ ମୁକ୍ତି ଦେଇଥାଏ।

–  ବାନ୍ତି ବନ୍ଦ କରିବା ପାଇଁ ଅଦା ଖାଇବା ଲାଭଦାୟକ ଅଟେ ।ଆପଣ ଅଦାକୁ ପାଣିରେ ହାଲୁକା ଗରମ କରିବା ପରେ  ଏହି ପାଣିକୁ ମଧ୍ୟ ପିଇପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।