You are currently viewing ଫଟା ଗୋଇଠି ସମସ୍ୟା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ଫଟା ଗୋଇଠି ସମସ୍ୟା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ଯଦି ଆପଣ ଧ୍ୟାନ ନଦିଅନ୍ତି, ତେବେ ଫାଟିଯାଇଥିବା ଗୋଇଠି ସମସ୍ୟା ବଡ କଥା ନୁହେଁ । ଏହି ସମସ୍ୟା ଶୀତ ଋତୁରେ ଅଧିକ ହୋଇଥାଏ । ଯଦି ଗୋଇଠି ଜଳ ଏବଂ ଧୂଳି ମାଟି ସହିତ ଅଧିକ ସଂସ୍ପର୍ଶରେ ଆସିଥାଏ । ତେବେ ଏହାର ଫାଟିଯିବାର ସମ୍ଭାବନା ଅଧିକ ବଢିଯାଇଥାଏ । ଯଦି ଗୋଇଠି ଗଭୀର ଭାବରେ ଫାଟିଯାଏ ତେବେ ଏହା ବହୁତ କଷ୍ଟ ଦେଇଥାଏ । ଏହାସହ ପାଦର ସୌନ୍ଦର୍ଯ୍ୟ ସଂପୂର୍ଣ୍ଣ ଖରାପ ହୋଇଯାଏ।  ଏଥିପାଇଁ ଗୋଇଠିରେ ଅଧିକ ଫାଟ ହେବା ପୂର୍ବରୁ କିଛି ଘରୋଇ ଉପଚାର ଗ୍ରହଣ କରି ଏହି ସମସ୍ୟା ଦୂର କରାଯାଇପାରିବ ।  ତେବେ ଆସନ୍ତୁ ଜାଣିବା ସେଗୁଡିକ କ’ଣ?

– ଆମେ ପ୍ରାୟତଃ କେଶ ପାଇଁ ନଡ଼ିଆ ତେଲ ବ୍ୟବହାର କରିଥାଉ କିନ୍ତୁ ଏହା ଫାଟିଯାଇଥିବା ଗୋଇଠିକୁ ଠିକ୍ କରିବା ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ । ଏହା କେବଳ ଗୋଇଠିକୁ  ମଶ୍ଚରାଇଜର ରଖିବ ନାହିଁ ବରଂ ସେଗୁଡିକ ସଂକ୍ରମଣରୁ ମଧ୍ୟ ରକ୍ଷା କରିବ ।

– କଦଳୀ ତ୍ୱଚାକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ।   ଏଥିପାଇଁ ୨ ଟି ପାଚିଲା କଦଳୀକୁ  ପେଷ୍ଟ କରି ଏହାକୁ ଫାଟି ଯାଇଥିବା ଗୋଇଠିରେ ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ପରେ ଏହାକୁ ଭଲ ଭାବରେ ଧୋଇ ସଫା କରିଦିଅନ୍ତୁ ।  ଏପରି କରିବାର ପ୍ରାୟ ୨ ସପ୍ତାହ ମଧ୍ୟରେ ଗୋଇଠି ଭଲ ହୋଇଯିବ ।

– ଫାଟି ଯାଇଥିବା ଗୋଇଠିକୁ ଠିକ୍ କରିବା ପାଇଁ , ପାଦକୁ ପ୍ରାୟ ୨୦ ମିନିଟ୍ ପାଇଁ ଉଷୁମ ପାଣିରେ ବୁଡ଼ାଇ ରଖନ୍ତୁ ଏବଂ ସ୍କ୍ରବରେ ଗୋଇଠିକୁ ଭଲ ଭାବେ ଘଷନ୍ତୁ ।ଏପରି କରିବା ଦ୍ୱାରା ଗୋଇଠିରେ ଥିବା ମୃତ ଚର୍ମ ବାହାରି ଯାଇଥାଏ ।  ଏହାପରେ ଗୋଇଠିକୁ ପାଣିରୁ ବାହାର କରି ଏଥିରେ ସୋରିଷ ତେଲ ଲଗାନ୍ତୁ ଏବଂ ତା’ପରେ ମୋଜା ପିନ୍ଧନ୍ତୁ । କିଛି ଦିନ ମଧ୍ୟରେ ଗୋଇଠି ଭଲ ହୋଇଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।