You are currently viewing ଜାଣନ୍ତୁ କେଶ ଧଳା ହେବାର କାରଣ

ଜାଣନ୍ତୁ କେଶ ଧଳା ହେବାର କାରଣ

ବୟସ ବଢିବା ସହ କେଶ ଧଳା ହେବା ଏକ ସାଧାରଣ କଥା । କିନ୍ତୁ ଯଦି କମ୍ ବୟସରୁ ଆପଣଙ୍କ କେଶ ଧଳା ହୋଇଯାଉଛି, ତେବେ ଏହା ଚିନ୍ତାର ବିଷୟ । କମ୍ ବୟସରୁ ଆପଣଙ୍କ କେଶ ଧଳା ହେବାର ଅନେକ କାରଣ ଥାଏ । କିନ୍ତୁ ଯଦି ଆମେ କିଛି ସାବଧାନତା ଅବଲମ୍ବନ କରିବା ତେବେ ଆମେ ଏହାଏକୁ ରୋକି ପାରିବା । ଯଦି କେଶରେ ପିଗମିଣ୍ଟେସନ କମ ଥାଏ ତେବେ କେଶ ଧଳା ହେବା ସମ୍ଭାବନା ବହୁତ ଅଧିକ ଥାଏ । କମ ବୟସରେ କେଶ ଧଳା ହେବାର ପାଞ୍ଚଟି କାରଣ ଥାଏ ।

ତେବେ ଚାଲନ୍ତୁ ସେ କାରଣ ବିଷୟରେ ଜାଣିବା
୧. ଜିନେଟିକ୍ସ : ଯଦି କମ ବୟସରେ ଆପଣଙ୍କ କେଶର ଧଳା ହେଉଛି, ତେବେ ଏହାର କାରଣ ଜିନେଟିକ୍ସ ହୋଇପାରେ । ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନଥାଏ । କାରଣ ଏହା ସାଧାରଣତଃ ଜିନ ଗତ ହୋଇଥାଏ । ଯଦି ଆଣଙ୍କ ପରିବାରରେ କେହି ଏହି ସମସ୍ୟା ସହ ଜଡିତ ତେବେ ଏହା ଆପଣଙ୍କୁ ମଧ୍ୟ କମ୍ ବୟସରେ ହୋଇପାରିବ ।
୨. ଚିନ୍ତା : ସମସ୍ତଙ୍କ ଜୀବନରେ କିଛି ନା କିଛି ଚିନ୍ତା ଥାଏ । ଯଦି ଏହା ଦରକାର ଠାରୁ ଅଧିକ ହୋଇଯାଏ, ତେବେ ଏହା ଦ୍ୱାରା ଭୋକ ନ ହେବା, ରକ୍ତଚାପ ବଢିିବା ଭଳି ସମସ୍ୟା ଦେଖାାଇଥାଏ । ଏହା ଦ୍ୱାରା କେଶର ମୂଳରେ ଥିବା ଷ୍ଟେମ ସେଲସ କୋଷିକା ଗୁଡିକୁ ଦୁର୍ବଳ ହୋଇଥାଏ । ଯାହାଦ୍ୱାରା କେଶ ଧଳା ହୋଇଥାଏ ।
୩. ଆଣ୍ଟୋଇମ୍ୟୁନ ଡିଜିଜ : କମ ବୟସରେ ଆଣ୍ଟୋଇମ୍ୟୁନ ଡିଜିଜ ହୋଇପାରେ । ଏହାର ଅନ୍ୟନାମ ଏଲୋପିସିୟା ଏବଂ ବିଟିଲିଗୋ ଅଟେ । ଏହି ରୋଗ ହେଲେ ଇମ୍ୟୁନ ସିଷ୍ଟମ ନିଜ କୋଷିକା ଗୁଡିକର କ୍ଷତି କରିଥାଏ | ଯାହା ଫଳରେ କେଶ ଧଳା ହୋଇ ଯାଇଥାଏ ।
୪.ଭିଟାମିନ ବି-୧୨: କମ୍ ବୟସରେ କେଶ ଧଳାହେବାର କାରଣ ଭିଟାମିନ କମ୍ ହେବା । ତେବେ ଯଦି ଶରୀରରେ ଭିଟାମିନବି-୧୨ କମ୍ ହୋଇଥାଏ ସେତେବେଳେ କେଶ ଧଳା ଦେଖାାଇଥାଏ କାରଣ ଏହି ଭିଟାମିନ ହେୟାର ଗ୍ରୋଥ ଏବଂ କେଶର ରଙ୍ଗକୁ କଣ୍ଟ୍ରୋଲ କରିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।