You are currently viewing ଯନ୍ତ୍ରଣାକୁ ଅଣଦେଖା କରିବା କ୍ଷତିକାରକ

ଯନ୍ତ୍ରଣାକୁ ଅଣଦେଖା କରିବା କ୍ଷତିକାରକ

ଆପଣଙ୍କ ପାଦରେ କିମ୍ବା ଗୋଡରେ ଯନ୍ତ୍ରଣା ହେଉଛି କି? ଯଦି ହିଁ ତେବେ ଏହାର ଅନେକ କାରଣ ହୋଇପାରେ । ତେବେ ଦୀର୍ଘ ଦିନ ପାଦରେ ଜନ୍ତ୍ରଣାକୁ ଅଣ ଦେଖା କରିବା କ୍ଷତିକାରକ ହୋଇଥାଏ । ଏହି କାରଣରୁ ଆପଣ ଗୁରୁତ୍ୱର ରୋଗରେ ମଧ୍ୟ ପିଡିତ ହୋଇପାରନ୍ତି ।
ଏକ ରିସର୍ଚ୍ଚରୁ ଜଣାପଡିଛି ବିପି ସମସ୍ୟା ଅଧିକ ଥିଲେ ଏହା ଶରୀରରେ ରକ୍ତ ସଂଞ୍ଚାଳନ ଠିକ୍ ଭାବରେ କରିପାରେ ନାହିଁ । ଯେଉଁ କାରଣରୁ ପାଦରେ ଯନ୍ତ୍ରଣା ଅନୁଭୁତ ହୋଇଥାଏ । ଯେତେବେଳେ ରକ୍ତ ଶରୀରର ଅଧିକାଂଶ ସ୍ଥାନରେ ପହଞ୍ଚି ପାରେ ନାହିଁ ସେତେବେଳେ ଗୋଡରେ ଯନ୍ତ୍ରଣା ଏବଂ ପାଦ ଫୁଲିଲା ପରି ସମସ୍ୟା ଦେଖାଯାଏ । ତେବେ ଯଦି ଆପଣଙ୍କ ପାଦରେ ଏଭିଳି କିଛି ସମସ୍ୟା ରହିଛି ତେବେ ଆପଣ ଏହାକୁ ଅଣଦେଖା କରନ୍ତୁ ନାହିଁ । ଆପଣଙ୍କୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।