You are currently viewing ରହସ୍ୟମୟ ମନ୍ଦିର, ଏଠାରେ ଭଗବାନଙ୍କ ପ୍ରତିମାରୁ ବାହାରିଥାଏ ଝାଳ

ରହସ୍ୟମୟ ମନ୍ଦିର, ଏଠାରେ ଭଗବାନଙ୍କ ପ୍ରତିମାରୁ ବାହାରିଥାଏ ଝାଳ

ଦୁନିଆ ବଡ ବିଚିତ୍ର ଓ ରହସ୍ୟମୟ । ସମଗ୍ର ବିଶ୍ୱରେ ଅନେକ ମଠ ମନ୍ଦିର ରହିଛି, ଯାହା ପଛରେ କିଛି ନା କିଛି ରହସ୍ୟ ଲୁଚି ରହିଛି । ଏହିସବୁ ରହସ୍ୟ ବିଷୟରେ ଜାଣିବା ପାଇଁ ସର୍ବଦା ମନରେ ଇଛାଶକ୍ତି ଜାଗ୍ରତ ହୋଇଥାଏ । ଏଭଳି କିଛି ରହସ୍ୟ ମଧ୍ୟ ରହିଛି ଯାହା ବିଷୟରେ ଜାଣିବା କଷ୍ଟକର ଆଉ ସେହି ରହସ୍ୟ ସବୁଦିନ ପାଇଁ ରହସ୍ୟମୟ ହୋଇ ରହିଯାଇଛି । ସେହିଭଳି ଭାରତରେ ଅବସ୍ଥିତ ମନ୍ଦିର ପଛରେ ଅନେକ ରହସ୍ୟ ଯୋଡି ହୋଇ ରହିଛି । ଉଲ୍ଲେଖ ରହିଛି ଭାରତରେ ଏଭଳି ଏକ ମନ୍ଦିର ରହିଛି, ଯେଉଁ ମନ୍ଦିରରେ ଅବସ୍ଥିତ ପ୍ରତିମାରୁ ଝାଳ ବାହାରି ଥାଏ । ଆଜ୍ଞା ହଁ ଏକଥା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ବିଲକୁଲ୍ ସତ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ମନ୍ଦିରର ରହସ୍ୟ. . .

ମଧ୍ୟପ୍ରଦେଶର ଜବଲପୁରରେ ମାଁ କାଳୀଙ୍କ ମନ୍ଦିର ଅବସ୍ଥିତ । ଲୋକଙ୍କ କହିବାନୁଯାୟୀ ଏହି ମନ୍ଦିରରେ ଅବସ୍ଥିତ ମାଁ ଙ୍କ ପ୍ରତିମାରୁ ଝାଳ ବାହାରିଥାଏ । ମାନ୍ୟତା ରହିଛି ମାଁ ଗରମ ସହି ନପାରୁଥିବାରୁ ଏଠାରେ ସର୍ବଦା ଏସି ଚାଲୁ ରହିଥାଏ । ଏହି ମନ୍ଦିରରେ ଅବସ୍ଥିତ ଭବ୍ୟ ପ୍ରତିମା ୬୦୦ ବର୍ଷ ପୁରୁଣା । ଏହି ମନ୍ଦିରରେ ସର୍ବଦା ଭକ୍ତଙ୍କ ଭିଡ ଲାଗି ରହିଥାଏ । ମାନ୍ୟତା ରହିଛି ଏଠଶରେ ଯେତେବେଳେ ମାଁ ଙ୍କ ପ୍ରତିମାରୁ ଝାଳ ବାହାରିଥାଏ ସେତେବେଳେ ସେଠାରେ ଉପସ୍ଥିତ ଥିବା ଭକ୍ତଙ୍କ ମନୋସ୍କାମନା ପୂରଣ ହୋଇଥାଏ । ପୂଜାରୀଙ୍କ କହିବାନୁଯାୟୀ, ଏହି ଗାଁରେ ମା’ଙ୍କ ପ୍ରତିମା ପ୍ରକଟ ହୋଇଥିଲା, ଯାହା ପରେ ଏଠାରେ ମନ୍ଦିର ନିର୍ମାଣ କରାଯାଇଥିଲା ।

ସେହିଭଳି ତାମିଲନାଡୁରେ ଅବସ୍ଥିତ ଭଗବାନ କାର୍ତ୍ତିକେୟ ମୁଋଗାଙ୍କ ସିଂଗାରୱେଲାୱର ମନ୍ଦିରରେ ମଧ୍ୟ ଏଭଳି ରହସ୍ୟ ରହିଛି । ମାନ୍ୟତା ରହିଛିଏଠାରେ ଅବସ୍ଥିତ ଥିବା ଠାକୁରଙ୍କ ପ୍ରତିମାରୁ ମଧ୍ୟ ଝାଳ ବାହାରିଥାଏ । ଏଠାରେ ପ୍ରତିବର୍ଷ ଅକ୍ଟୋବର ରୁ ନଭେମ୍ବର ମାସ ମଧ୍ୟରେ ଏକ ପର୍ବ ଆୟୋଜନ କରାଯାଇଥାଏ । ଏହି ପର୍ବ ସମୟରେ ହିଁ ଭଗବାନ ସୁବ୍ରମଣ୍ୟଙ୍କ ପ୍ରତିମାରୁ ଝାଳ ବାହାରିଥାଏ ଏବଂ ପର୍ବ ଶେଷ ହେବା ପରେ ଭଗବାନଙ୍କ ପ୍ରତିମାରୁ ଝାଳ ବାହାରିବା କମ ହୋଇଯାଇଥାଏ । ଉଲ୍ଲେଖ ରହିଛି ସୁରାପଦମନ ନାମକ ରାକ୍ଷସ ଉପରେ ଭଗବାନ ସୁବ୍ରମଣ୍ୟଙ୍କ ବିଜୟକୁ ନେଇ ଏହି ପର୍ବ ପାଳନ କରାଯାଇଥାଏ । ଲୋକକଥା ଅନୁଯାୟୀ ଭଗବାନଙ୍କପ୍ରତିମାରୁ ବାହାରୁଥିବା ଝାଳ ଭଗବାନ ସୁବ୍ରମଣ୍ୟଙ୍କ କ୍ରୋଧର ପ୍ରତୀକ । ଏହି ଝାଳକୁ ମଧ୍ୟ ମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କଉପରେ ଛିଞ୍ଚା ଯାଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।