You are currently viewing ଜାଣନ୍ତୁ ଲବଙ୍ଗ ପାଣି ପିଇବାର ଉପକାରିତା

ଜାଣନ୍ତୁ ଲବଙ୍ଗ ପାଣି ପିଇବାର ଉପକାରିତା

ଆମେ ପ୍ରତିଦିନ ବ୍ୟବହାର କରୁଥିବା ମସଲା ମଧ୍ୟରୁ ଲବଙ୍ଗ ହେଉଛି ଅନ୍ୟତମ | ଏହା ପ୍ରାୟ ସମସ୍ତଙ୍କ ଘରେ ଖୁବ ସହଜରେ ମିଳିଯାଇଥାଏ । ଖାଦ୍ୟରେ ଲବଙ୍ଗର ବ୍ୟବହାର ଦ୍ୱାରା ଖାଦ୍ୟର ସ୍ୱାଦ ବଢ଼ିଯାଇଥାଏ । ଲବଙ୍ଗ ଏପରି ଏକ ମସଲା ଯାହା ସମସ୍ତଙ୍କ ଘରେ ଖାଦ୍ୟ ଠାରୁ ଆରମ୍ଭ କରି ସବୁ ପ୍ରକାରର ଜିନିଷରେ ବ୍ୟବହାର କରାଯାଏ । ଏଥିରେ ଔଷଧୀୟ ଗୁଣ ମଧ୍ୟ ଥାଏ । ବିଶେଷଞଙ୍କ କହିବା ଅନୁସାରେ ପ୍ରତିଦିନ ଦୁଇଟି ଲବଙ୍ଗ ଖାଇବାଦ୍ୱାରା ସ୍ୱାସ୍ଥ୍ୟସମ୍ବଦ୍ଧୀୟ ସମସ୍ତ ଚିନ୍ତା ଦୂର ହୋଇଥାଏ । ଏଥିରେ ଭିଟାମିନ ସି, ଫାଇବର, , ଏଣ୍ଟିଅକ୍ସିଡାଣ୍ଟ ରହିଥାଏ । ତେଣୁ ଥଣ୍ଡା ଦିନରେ ବା ମହାମାରୀ କୋଭିଡ ସମୟରେ ଲବଙ୍ଗ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ ।ବିଶେଷଞଙ୍କ କହିବା ଅନୁସାରେ ଲବଙ୍ଗ ଖାଇବା ଦ୍ୱାରା ଲୋକଙ୍କ ପାଚନ ପ୍ରକ୍ରିୟା ମଧ୍ୟ ସହଜ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଲବଙ୍ଗର ଲାଭକାରୀ ଗୁଣ ସମ୍ପର୍କରେ ।

ଲବଙ୍ଗ ଆପଣଙ୍କୁ ମାନସିକ ଚାପରୁ ରକ୍ଷା କରିବା ସହ ଦେହରେ ଇନଫ୍ଲାମେଶନ କମ କରିଥାଏ । ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଯାହା ସଂକ୍ରମଣକୁ ରୋକିବା ସହ ହାନିକାରକ ବ୍ୟାକ୍ଟେରିଆକୁ ମାରିଥାଏ । ଯଦି ପ୍ରତିଦିନ ସକାଳୁ ଖାଲି ପେଟରେ ଦୁଇଟି ଲବଙ୍ଗ ଖାଆନ୍ତି ତେବେ କରୋନା ବ୍ୟତୀତ ଅନ୍ୟ ସମସ୍ତ ରୋଗ ଆପଣଙ୍କଠାରୁ ଦୂରରେ ରହିବ । କାଶ,ଥଣ୍ଡା ଓ ଜ୍ୱରରୁ ରକ୍ଷା ମଧ୍ୟ ପାଇବା ପାଇଁ ଲବଙ୍ଗ ପାଣି ବହୁତ ସହାୟକ ହୋଇଥାଏ ।ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । ଲବଙ୍ଗ ଖାଇବା ଦ୍ୱାରା ଦାନ୍ତ ମୂଳରେ ଥିବା ଦରଜ ମଧ୍ୟ କମିଯାଇଥାଏ । ଲବଙ୍ଗ ଖାଇବାଦ୍ୱାରା ଗ୍ୟାସ ସମ୍ବଦ୍ଧୀୟ ଓ ପେଟ ସମ୍ବଦ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
କେମିତି ବନାଇବେ ଲବଙ୍ଗ ପାଣି- ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣିରେ ୨ ରୁ ୩ଟି ଲବଙ୍ଗ ପକାଇ ଭଲଭାବେ ଫୁଟାଇ ଦିଅନ୍ତୁ । ୫ ମିନିଟ ଫୁଟାଇବା ପରେ ଏହାକୁ ଥଣ୍ଡା କରନ୍ତୁ । ଅଳ୍ପ ଉଷୁମ ଥିବା ବେଳେ ଏହାକୁ ପିଅନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।