You are currently viewing ଜାଣନ୍ତୁ ଶରୀର ପାଇଁ କର୍ପୂର କେତେ ଫାଇଦାକାରୀ

ଜାଣନ୍ତୁ ଶରୀର ପାଇଁ କର୍ପୂର କେତେ ଫାଇଦାକାରୀ

କପୂର୍ରକୁ ସାଧାରଣତଃ ପୂଜା କିମ୍ବା ହୋମରେ ବ୍ୟବହାର କରାଯାଏ । କିନ୍ତୁ ଏହି ସାମାନ୍ୟ ଜିନିଷ ଆମ ପାଇଁ ବହୁ ଫାଇଦାକାରୀ ଅଟେ । କ ପୂର୍ରରେ ଏପରି ଅନେକ ଔଷଧୀୟ ଗୁଣ ଅଛି । ଏହା ଆଣ୍ଟିବ୍ୟାକ୍ଟେରିଆଲ ଗୁଣରେ ଭରପୁରଅଟେ । ଏହା ଶରୀରରୁ ଅନେକ ଅସୁବିଧାକୁ ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା କର୍ପୂରଆମ ଶରୀର ପାଇଁ କେତେ ଦରକାରୀ ?
କର୍ପୂର ବହୁତ ଥଣ୍ଟା ଅଟେ । ଯଦି ମୁଣ୍ଡବିନ୍ଧାଭଳି ସମସ୍ୟା ଅଛି ତେବେ କର୍ପୂରକୁ ସଫା ଚନ୍ଦନ ଏବଂ ଶୁଣ୍ଠି ସହ ମିଶାଇ ମୁଣ୍ଡରେ ଲଗାଇରଖିବା ଦ୍ୱାରା ମୁଣ୍ଡ ବିନ୍ଧାଠାରୁ ମୁକ୍ତି ମିଳିଥାଏ ।

ଯଦି କେଶର ସମସ୍ୟା ଅଛି ତେବେ ହେୟାରଫଲ, ଏବଂ ରୂପି ଭଳି ସମସ୍ୟାକୁ କର୍ପୂର ଦୂର କରିବ । କର୍ପୂରରେ ନଡିଆତେଲ ମିଶାଇ ଲଗାଇବା ଦ୍ୱାରା କେଶ ଝଡିବା ବନ୍ଦ ହୋଇଥାଏ । ଘନ ଏବଂ ଲମ୍ବା କେଶ ପାଇଁ କର୍ପୂରରେ ନଡିଆ ତେଲ ମିଶାଇ ଲଗାଇବା ବହୁ ଫାଇଦାକାରୀ ହୋଇଥାଏ ।
ଯଦି ପାଦ କିମ୍ବା ଗଣ୍ଠିରେ ଦରଜ ଅନୁଭୂତ ହେଉଛି ତେଲରେ କର୍ପୂର ମିଶାଇ ମାଲିସ କରନ୍ତୁ ଏହାଦ୍ୱାରା ଆରାମ ମିଳିଥାଏ । ଥକ୍କା ଅନୁଭୂତ ହେଲେ କର୍ପୂରକୁ ସୋରିଷ କିମ୍ବା ରାଶି ତେଲରେ ମିଶାଇ ଳଗାନ୍ତୁ । ଏହାଦ୍ୱାରାଆରାମ ମିଳିଥାଏ । ତ୍ୱଚାରେ ଯଦି ବ୍ରଣ ଦାଗ ରହୁଛି ତେବେ କର୍ପୂର ଏହାକୁ ଦୂର କରିବାରେ ସାହାର୍ଯ୍ୟ କରିବ । ଏଭଳି ସମସ୍ୟା ପାଇଁ କର୍ପୂରରେ ନଡିଆତେଲ ମିଶାଇ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ଭଲ ରହିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।