You are currently viewing ଜାଣନ୍ତୁ କ୍ଷୀର,ପାନମଧୁରୀ,ମିଶିରି ପିଇବାର ଫାଇଦା

ଜାଣନ୍ତୁ କ୍ଷୀର,ପାନମଧୁରୀ,ମିଶିରି ପିଇବାର ଫାଇଦା

ରାତିରେ ଖାଇବା ପରେ କ’ଣ କରିବା ଆବଶ୍ୟକ କିଛି ବୁଝାପଡେନି । କିଛି ଲୋକ କିଛି ସମୟ ବୁଲିବା ପରେ ଶୋଇଯାଆନ୍ତି । ଆଜି ଆମେ ଆପଣଙ୍କୁ ଏପରି ଏକ ପାନୀୟ ବିଷୟରେ କହିବାକୁ ଯାଉଛୁ ଯାହା ପିଇବା ଦ୍ୱାରା ଆପଣଙ୍କୁ ନିଦରେ ସୁଧାର ଆସିବ । କ୍ଷୀର, ପାନ ମଧୁରୀ ଏବଂ ମିଶିରି ଶରୀର ପାଇଁ ବହୁ ଫାଇଦାକାରୀ । କାରଣ ଏଥିରେ ଭିଟାମିନ ସି, କ୍ୟାଲସିୟମ, ମିନେରାଲ ଆଦି ଭରପୁର ମାତ୍ରାରେ ଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ ମିଶାଇ କରି ପିଇଲେ ଆମକୁ କ’ଣ ଲାଭ ମିଳିଥାଏ ।

ଦିନସାରା କାମ କରି ଥକ୍କା ଲାଗିଥାଏ । ଯାହାଦ୍ୱାରା ମୁଣ୍ଡ ବିନ୍ଧା ହେବା ଆରମ୍ଭ ହୋଇଥାଏ । ତେଣୁ କ୍ଷୀର,ପାନମଧୁରୀ,ମିଶ୍ରି ମିଶାଇ ପିଇଲେ ମୁଣ୍ଡ ବିନ୍ଧା କମିବା ସହ ମୁଣ୍ଡ ଠଣ୍ଡା ରହିଥାଏ ଏବଂ ଷ୍ଟ୍ରେସ ହରମୋନ ସୃଷ୍ଟି ହୋଇନଥାଏ । ଆଜିକାଲି ଲୋକଙ୍କର ପେଟ ସମସ୍ୟା ବହୁତ ସୃଷ୍ଟି ହେଉଛି । ସେଥିପାଇଁ ଯଦି ଆପଣ ଏହି ପାନୀୟକୁ ପିଉଛନ୍ତି ତେବେ ପେଟ ସମସ୍ୟାରୁ ମୁକ୍ତି ପାଇପାରିବେ । କାରଣ ଏଥିରେ ଏଷ୍ଟ୍ରୋଗେଲ,ଏନେଥାଲେର ଗୁଣ ଥାଏ । ଯାହା ଆପଣଙ୍କୁ ଗ୍ୟାସ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।
ସେହିପରି ତ୍ୱଚା ସହ ଜଡିତ ଅନେକ ସମସ୍ୟା ମାନ ମଧ୍ୟ ଦେଖାଯାଇଥାଏ । ଯେଉଁତବପାଇଁ ଆପଣ ଅନେକ ମହଙ୍ଗା ଜିନିଷ ମାନ ବ୍ୟବହାର କରନ୍ତି । ତ୍ୱଚା ସହ ଜଡିତ ସମସ୍ୟା ପାଇଁ ମଧ୍ୟ ଆପଣଙ୍କୁ ଏହି ପାନୀୟ ପିଇବା ଆବଶ୍ୟକ । କାରଣ ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଥାଏ । ଯାହା ତ୍ୱଚା ସମସ୍ୟାକୁ ଠିକ କରିଦେଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।