You are currently viewing ଘରୋଇ ଉପାୟରେ ଦୂର କରନ୍ତୁ ଓଠର କଳା ଦାଗ, ଜାଣନ୍ତୁ କେମିତି

ଘରୋଇ ଉପାୟରେ ଦୂର କରନ୍ତୁ ଓଠର କଳା ଦାଗ, ଜାଣନ୍ତୁ କେମିତି

ତ୍ୱଚାର ସୌନ୍ଦର୍ଯ୍ୟକୁ  ଦ୍ୱିଗୁଣିତ କରିଥାଏ ଓଠ । ସେଥିପାଇଁ ସମସ୍ତେ ସାଧାରଣତଃ ଓଠର ବିଶେଷ  ଧ୍ୟାନ ରଖିଥାଆନ୍ତି । କିନ୍ତୁ କିଛି ଲୋକଙ୍କ ଓଠ କଳାପଡିଥିବାର ଦେଖାଯାଏ, ଯାହା ସୌନ୍ଦର୍ଯ୍ୟର ସୁନ୍ଦରତାକୁ  କମ କରିଥାଏ । ଏହା ଶରୀରର ସଠିକ ଯତ୍ନ ନନେବାର ମଧ୍ୟ ସଙ୍କେତ ଅଟେ । ଖାଦ୍ୟପେୟର ସଠିକ ଯତ୍ନ ନନେବା , ଶରୀରରେ ନିକୋଟିନର ମାତ୍ରା ବଢିବା ଦ୍ୱାରା ଓଠ  କଳା ପଡିଥାଏ । ଏନେଇ କଳା ପଡିଥିବା ଓଠକୁ ମୁଲାୟମ ଓ ଗୋଲାପି କରିବା  ପାଇଁ  ଆସନ୍ତୁ ଜାଣିବା କିଛି ଉପାୟ …

ସ୍କ୍ରବିଂ: ଯେତେବେଳେ ଓଠରେ ମୃତ କୋଷିକା ଯମା ହୋଇଯାଏ ସେତେବେଳେ ଓଠର ରଙ୍ଗ ଫିକା ପଡିଯାଏ । ପ୍ରାକୃତିକ ଉପାୟରେ ଏହାକୁ  ଏକ୍ସଫୋଲିଏଟ କରନ୍ତୁ । ଏଥିପାଇଁ ଆପଣ ମହୁ ଏବଂ ଚିନିର ପ୍ରୟୋଗ କରିପାରିବେ । ପ୍ରଥମେ ଏକ ବଡ ଚାମଚରେ ମହୁ ଏବଂ ଏକ ବଡ ଚାମଚ ଚିନି କୁ ନେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ସ୍କ୍ରବକୁ ଓଠରେ ଏକ ମିନିଟ ଯାଏଁ ହାଲକା ଭାବେ ମସାଜ କରନ୍ତୁ ।

ଏଲୋବେରା ଏବଂ ମହୁରେ ପ୍ରସ୍ତୁତ ପ୍ୟାକ :  ଓଠକୁ ମୁଲାୟମ ରଖିବା ପାଇଁ  ଏଲୋବେରା ଏବଂ ମହୁର ପ୍ରୟୋଗ ମଧ୍ୟ କରିପାରିବେ ।  ଏଲୋବେରାକୁ ଭଲଭାବେ ଧୋଇ ଏହାର ଜେଲକୁ କାଢି ନିଅନ୍ତୁ । ଏକ ଚାମଚ ଏଲୋବେରା ଜେଲରେ  ମହୁ ମିଶାଇ ମିଶ୍ରଣ କରନ୍ତୁ ଏବଂ ଓଠରେ ଲଗାଇ ୧୫ ମିନିଟ ପରେ ଏହାକୁ ଧୋଇ ନିଅନ୍ତୁ ।

ଏହା ଛଡା ପ୍ରାକୃତିକ ଉପାୟରେ ମଧ୍ୟ ଓଠର ଯତ୍ନ ନିଅନ୍ତୁ । ୫/୬ଟି ଗୋଲାପ ପାଖୁଡାକୁ  ଅଧା କପ କ୍ଷୀରରେ  ରାତିରେ ଶୋଇବା ଆଗରୁ ବତୁରାଇ ଦିଅନ୍ତୁ । ପରଦିନ ସକାଳୁ ଏହାର ପେଷ୍ଟ ପ୍ରସ୍ତୁତ କରି ଓଠରେ ଲଗାଇ ୧୫ ମିନିଟ ପରେ ଓଠକୁ ଧୋଇ ଦିଅନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।