You are currently viewing ଜାଣନ୍ତୁ ଉଷୁମ କ୍ଷୀର ପିଇବାର ଫାଇଦା

ଜାଣନ୍ତୁ ଉଷୁମ କ୍ଷୀର ପିଇବାର ଫାଇଦା

ସାଧାରଣତଃ ଜୀବନରେ ଆମେ କ୍ଷୀରକୁ ବହୁଳ ଭାବରେ ବ୍ୟବହାର କରିଥାଉ । କ୍ଷୀରରେ ଅନେକ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଇଥାଏ । ଏହା ଆମ ନିତିଦିନିଆ ଜୀବନ ପାଇଁ ନିହାତି ଜରୁରୀ । ସାଧାରଣତଃ ଅଧିକାଂଶ ଲୋକେ କ୍ଷୀର ପିଇବା ଅପେକ୍ଷା କ୍ଷୀରରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ବେଶି ପସନ୍ଦ କରିଥାନ୍ତି । କିନ୍ତୁ କ୍ଷୀର ପିଇବା ଶରୀର ପାଇଁ ନିହାତି ଆବଶ୍ୟକ । ଏହା ଆମ ଶରୀରକୁ ଉପଯୁକ୍ତ ଭିଟାମିନ ଯୋଗାଇବା ସହ ମଜଭୁତ ବନାଇଥାଏ । ତେବେ ଥଣ୍ଡା କ୍ଷୀର ଅପେକ୍ଷା ଉଷୁମ କ୍ଷୀର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । କ୍ଷୀରରେ ଭିଟାମିନ ଡି, ବି-୧୨, ପୋଟାସିୟମ୍, ଫସଫରସ ଓ କ୍ୟାଲସିୟମ ଭଳି ପୋଷକ ତତ୍ତ୍ୱ ଥାଏ । ଥଣ୍ଡା କ୍ଷୀର ସ୍ଥାନରେ ଯଦି ଆପଣ ଗରମ କ୍ଷୀର ପିଉଛନ୍ତି ତେବେ ଏହାର ଗୁଣବତ୍ତା ଆହୁରି ବଢିଯାଇଥାଏ ।


ଗରମ କ୍ଷୀରକୁ ଆପଣ କୌଣସି ସମୟରେ ମଧ୍ୟ ପିଇପାରିବେ । ଗୋଟେ କପ୍ ଉଷୁମ କ୍ଷୀରରେ ହାରହାରି ୧୨ ଗ୍ରାମ ଶର୍କରା ଥାଏ । କ୍ଷୀରରେ ଆମିନୋ ଏସିଡ୍ ଥାଏ ଯାହା ଆପଣଙ୍କ୍ ଯାହା ଆପଣଙ୍କ ମାଂସପେସୀ ଓ ମସ୍ତିଷ୍କକୁ ମଜବୁତ୍ କରିଥାଏ । ଉଷୁମ ଦୁଧ ଶରୀରର ଉର୍ଜା ବଢାଇଥାଏ । ରାତିରେ ଶୋଇବା ଆଗରୁ ଏକ କପ୍ ଗରମ କ୍ଷୀର ପିଅନ୍ତୁ ଯାହା ଆପଣଙ୍କ ଶରୀରର ରକ୍ତଚାପର ମାତ୍ରାରେ ସନ୍ତୁଳନ ରକ୍ଷାକରେ ।


ଉଷୁମ କ୍ଷୀର ଆପଣଙ୍କ ମନ ଓ ଶରୀରକୁ ଆରାମ ଦେଇଥାଏ । ଶୋଇବା ପୁର୍ବରୁ ଗୋଟେ ଗ୍ଲାସ ଗରମ କ୍ଷୀର ଭଲ ନିଦ୍ରାର କାରଣ ମଧ୍ୟ ହୋଇଥାଏ । ଉଷୁମ କ୍ଷୀର ପିଇବା ଦ୍ୱାରା କ୍ଷୀରରେ ଥିବା ଏନ୍‌ଜାଇମକୁ ସକ୍ରିୟ କରିଥାଏ । ଯଦି ଆପଣଙ୍କ ପାଟିରୁ ଦୁର୍ଗନ୍ଧ ବାହାରୁଚି ତେବେ ଗରମ କ୍ଷୀର ପିଇବା ଦ୍ୱାରା ଏଥିରୁ ଆପଣଙ୍କୁ ମୁକ୍ତି ମିଳିବା ସହ ଦାନ୍ତ ମଜବୁତ ହୋଇଥାଏ । ଉଷୁମ କ୍ଷୀରରେ ଆପଣ ଚାହିଁଲେ ଦୁଇ ଚାମଚ ହଳଦୀ ମିଶାଇ ପିଇପାରିବେ କାରଣ ହଳଦୀରେ ଆଣ୍ଟିଅକ୍ସିଡେଣ୍ଟ ଥାଏ । ଏହା ଶରୀର ପାଇଁ ଲାଭକାରୀ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।