You are currently viewing ପବିତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା: ଜାଣନ୍ତୁ କଣ ରହିଛି ଏହାର ମହତ୍ତ୍ୱ

ପବିତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା: ଜାଣନ୍ତୁ କଣ ରହିଛି ଏହାର ମହତ୍ତ୍ୱ


ଆମ ଜୀବନରେ ଅନେକ ସମ୍ପର୍କ ରହିଥାଏ। କିନ୍ତୁ ଭାଇ-ଭଉଣୀର ସମ୍ପର୍କ ନିଆରା ହୋଇଥାଏ। ଭାଇ-ଭଉଣୀର ସମ୍ପର୍କରେ ରାଗ-ରୁଷା, ଅଭିମାନ ଦେଖିବାକୁ ମିଳିଥାଏ। ଏସବୁ ବ୍ୟତୀତ ବାପାଙ୍କ ଗାଳି ଏବଂ ମା ର ମାଡରୁ ବଞ୍ଚିବା ପାଇଁ ଭାଇ-ଭଉଣୀ ପରସ୍ପରଙ୍କ ସାଥ ଦେଇଥାନ୍ତି। ଏଭଳି ମଧୁର ଭାଇ-ଭଉଣୀର ସମ୍ପର୍କ ହିଁ ରାକ୍ଷୀ ପୂର୍ଣ୍ଣିମାକୁ ଦର୍ଶାଇଥାଏ। ପ୍ରତ୍ୟେକ ବର୍ଷ ଶ୍ରାବଣ ମାସ ପୂର୍ଣ୍ଣିମା ଦିନ ରକ୍ଷା ବନ୍ଧନ ପର୍ବ ପାଳନ କରାଯାଇଥାଏ। ଏହି ଦିନ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ। ଏହା ବଦଳରେ ଭାଇ ତା ଭଉଣୀକୁ ସବୁ ସମୟରେ ଏବଂ ସବୁ ପରିସ୍ଥିତିରେ ରକ୍ଷା କରିବ ବୋଲି କଥା ଦେଇଥାଏ। କିନ୍ତୁ ବାସ୍ତବରେ ରାକ୍ଷୀ ପୂର୍ଣିମାର ଇତିହାସ କଣ ଏବଂ କେବେ ଠାରୁ ଏହା ଆରମ୍ଭ ହେଲା ଆପଣ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ରାକ୍ଷୀ ପୂର୍ଣ୍ଣିମାକୁ ନେଇ କିଛି ରୋଚକ ତଥ୍ୟ।

ପୁରାତନ ଯୁଗରୁ ଏହି ରାକ୍ଷୀ ପରମ୍ପରା ଚାଲି ଆସୁଛି। ଭବିଷ୍ୟ ପୁରାଣ ଅନୁଯାୟୀ ଯେତେବେଳେ ଦେବତା ଏବଂ ଦାନବଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା ସେତେବେଳେ ଦାନବଙ୍କ ଶକ୍ତି ଦେବତାଙ୍କ ଉପରେ ଭାରି ପଡିଥିଲା। ଏହା ଦେଖି ଭଗବାନ ଇନ୍ଦ୍ର ବିଚଳିତ ହୋଇ ଭଗବାନ ବୃହସ୍ପତିଙ୍କ ନିକଟରେ ପହଞ୍ଚି ଏହି ବିଷୟରେ କହିଥିଲେ। ଏହି ସମୟରେ ଇନ୍ଦ୍ରଙ୍କ ପତ୍ନୀ ଇନ୍ଦ୍ରାଣୀ ସବୁ କଥା ଶୁଣିଥିଲେ। ଏହାପରେ ଇନ୍ଦ୍ରାଣୀ ଏକ ରେଶମ ଡୋରକୁ ମନ୍ତ୍ର ଶକ୍ତିରେ ପବିତ୍ର କରି ପତି ଇନ୍ଦ୍ରଙ୍କ ହାତରେ ବାନ୍ଧି ଦେଇଥିଲେ।

ରାକ୍ଷୀ ପୁର୍ଣିମାକୁ ନେଇ ଆଉ ଏକ କିମ୍ବଦନ୍ତୀ ମଧ୍ୟ ରହିଛି । କୁହାଯାଇଥାଏ ଯେତେବେଳେ ମଧ୍ୟକାଳୀନ ଯୁଗରେ ମୁସଲିମ ଏବଂ ରାଜପୁତ ଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିଲା ସେହି ସମୟରେ ଚିତ୍ତୋଡ଼ ରାଜାଙ୍କ ବିଧବା ରାଣୀ କର୍ଣ୍ଣାବତୀ ନିଜର ସୁରକ୍ଷା ଏବଂ ନିଜ ପ୍ରଜାମାନଙ୍କ ସୁରକ୍ଷା ପାଇଁ ଗୁଜୁରାଟର ସୁଲତାନ ବାହାଦୂର ସାହଙ୍କ ଦ୍ୱାରା ହୁମାୟୁଙ୍କୁ ରାକ୍ଷୀ ପଠାଇଥିଲେ। ଏହା ପରେ ହୁମାୟୁ ରାଣୀ କର୍ଣ୍ଣାବତୀଙ୍କୁ ରକ୍ଷା କରି ତାଙ୍କୁ ଭଉଣୀର ସ୍ଥାନ ଦେଇଥିଲେ।

ରକ୍ଷା ବନ୍ଧନ ବିଷୟରେ ମହାଭାରତରେ ମଧ୍ୟ ଦେଖିବାକୁ ମିଳିଛି। ବାସ୍ତବରେ ଯେତେବେଳେ ଭଗବାନ କୃଷ୍ଣ ରାଜା ଶିଶୁପାଳଙ୍କ ବଧ କରିଥିଲେ ସେତେବେଳେ ତାଙ୍କ ବାମ ହାତର ଆଙ୍ଗୁଳିରୁ ରକ୍ତ ବାହାରିଥିଲା । ଯାହାକୁ ଦେଖି ଦ୍ରୋପଦୀ ତାଙ୍କ ଶାଢୀ ଚିରି କୃଷ୍ଣଙ୍କ ହାତରେ ବାନ୍ଧି ଦେଇଥିଲେ । ଏହାପରେ କୃଷ୍ଣଙ୍କ ଆଙ୍ଗୁଳିରୁ ରକ୍ତ ବୋହିବା ବନ୍ଦ ହୋଇଯାଇଥିଲା। କୁହାଯାଇଥାଏ ଏହି ଠାରୁ ହିଁ ଭଗବାନ କୃଷ୍ଣ ଦ୍ରୋପଦୀଙ୍କୁ ନିଜ ଭଉଣୀର ସ୍ଥାନ ଦେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।