You are currently viewing ବର୍ଷା ଦିନେ ଏହିସବୁ ଖାଦ୍ୟକୁ କରନ୍ତୁ ନା…

ବର୍ଷା ଦିନେ ଏହିସବୁ ଖାଦ୍ୟକୁ କରନ୍ତୁ ନା…

ବର୍ଷା ଋତୁରେ ରୋଗ ସଂକ୍ରମଣର ମାତ୍ରା ବୃଦ୍ଧି ପାଇଥାଏ । ଋତୁ ପରିବର୍ତ୍ତ ହେବା ଯୋଗୁଁ ଥଣ୍ଡା, କାଶ ଓ ଭାଇରାଲ ଫିବର ଇତ୍ୟାଦି ହୋଇଥାଏ । ଏହି ଋତୁରେ ଅନ୍ୟ ଋତୁ ଅପେକ୍ଷା ଟିକେ ଅଧିକ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ । ସବୁଠାରୁ ମୁଖ୍ୟ କଥା ହେଉଛି, ଖାଦ୍ୟ ଓ ପାନୀୟ ପ୍ରତି ଅଧିକ ଧ୍ୟାନ ଦେବାକୁ ହୋଇଥାଏ ।


ବର୍ଷା ଋତୁରେ ହଜମ ପକ୍ରିୟା ସାଧାରଣତଃ ସଠିକ୍ ଭାବରେ ହୋଇନଥାଏ । ତେଣୁ ଯେତିକି ହାଲକା ଖାଦ୍ୟ ଏହି ଋତୁରେ ଖାଇବ, ସେତିକ ଶରୀର ପାଇଁ ଉପଯୋଗୀ । ଆମିଷ ଅପେକ୍ଷା ନିରାମିଷ ଖାଦ୍ୟ ଗ୍ରହଣ କରିବା ବହୁତ ଭଲ । କାରଣ ଏହି ଋତୁରେ ସାଧାରଣତଃ ମାଛ ଓ ଅନ୍ୟାନ୍ୟ ସମୁଦ୍ର ପ୍ରାଣୀମାନେ ବର୍ଷା ଋତୁରେ ହିଁ ପ୍ରଜନନ କ୍ଷମତା ବିସ୍ତାର କରିଥାନ୍ତି । ତେଣୁ ଏହିସବୁ ଜିନିଷ ଖାଇବା ଦ୍ୱାରା ଖାଦ୍ୟ ବିଷାକ୍ତ ହେବାର ଆଶଙ୍କା ଦେଖା ଦେଇଥାଏ । ବଡ଼ ମାଛ ଖାଇବା ଅପେକ୍ଷା ଚୂନା ମାଛ ଖାଇବାରେ କୌଣସି ଅସୁବିଧା ନଥାଏ ।


ଅପରପକ୍ଷରେ ପନିପରିବା ଖାଇବା ଭଲ କିନ୍ତୁ ତାକୁ କାଟିବା କିମ୍ବା ରୋଷେଇ କରିବା ଆଗରୁ ଭଲକରି ପରଖି ନେବା ଉଚିତ । ଏହି ଋତୁରେ ତନ୍ତୁ ଜାତୀୟ କୀଟମାନେ ବଂଶ ବିସ୍ତାର କରିଥାନ୍ତି । ପନିପରିବା, ଫଳ, ଶାଗ ଭିତରେ ଏମାନେ ଛୁପି ରହିଥାନ୍ତି । ତେଣୁ ଏସବୁକୁ ଅନୁଧ୍ୟାନ କରି, ପରିଷ୍କାର କରି ରୋଷେଇ କରିବା ଉଚିତ୍ ।


ଛତୁ ପ୍ରାୟ ସମସ୍ତଙ୍କର ପ୍ରିୟ ହୋଇଥାଏ । କିନ୍ତୁ ଅଲଗା ଦିନ ଅପେକ୍ଷା ବର୍ଷା ଋତୁରେ ଛତୁ ଖାଇବା ଅନେକାଂଶରେ ଶରୀର ପାଇଁ ହୀତକର ହୋଇନଥାଏ । ଛତୁ ଖାଇବା ଦ୍ୱାରା ସଂକ୍ରମଣରୁ ଆଶଙ୍କା ମଧ୍ୟଥାଏ ।


ଏହି ଋତୁରେ ଉଷୁମ ଓ ଫ୍ରେସ ଜିନିଷ ଖାଇବାକୁ ଚେଷ୍ଟା କରନ୍ତୁ । ଶରୀର ପ୍ରତି ବହୁମାତ୍ରାରେ ଧ୍ୟାନ ଦିଅନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।