hing

ଆପଣ ବି ଅତ୍ୟଧିକ ହେଙ୍ଗୁ ସେବନ କରୁଛନ୍ତି କି? ତେବେ ଜାଣି ରଖନ୍ତୁ ଏହିସବୁ କଥା

ଭୋଜନର ସ୍ୱାଦ ବଢାଇବା ପାଇଁ ଅନେକ ପ୍ରକାର ମସଲାର ବ୍ୟବହାର କରାଯାଇଥାଏ । ଆୟୁର୍ବେଦ ଅନୁଯାୟୀ ଖାଦ୍ୟରେ ମସଲା ବ୍ୟବହାର କରିବା ଦ୍ୱାରା କେବେଳ ସ୍ୱାଦ ବଢିନଥାଏ ବରଂ ମସଲାରେ ଥିବା ଔଷଧୀୟ ଗୁଣ ମଧ୍ୟ ଶରୀର ପାଇଁ ଲାଭକାରୀ ହୋଇଥାଏ । କିନ୍ତୁ ଏହି ସବୁ ମସଲାକୁ ସୀମିତ ମାତ୍ରାରେ ବ୍ୟବହାର କରିବା ପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼ିବ । କାରଣ ଏହିସବୁ ମସଲା ସ୍ୱାସ୍ଥ୍ୟ ପାଇଁ ଯେତିକି ଲାଭଦାୟକ ସେତିକି କ୍ଷତିକାରକ ମଧ୍ୟ ହୋଇଥାଏ । ରୋଷେଇରେ ବ୍ୟବହାର ହେଉଥିବା ଅନେକ ମସଲା ମଧ୍ୟରୁ ଆଜି ଆମେ ଯେଉଁ ମସଲା ବିଷୟରେ କହିବାକୁ ଯାଉଛି ତାହା ହେଉଛି ହେଙ୍ଗୁ । ଖାଦ୍ୟର ସ୍ୱାଦ ବଢାଇବା ସହ ଅନେକ ରୋଗ ଭଲ କରିବାରେ ହେଙ୍ଗୁର ବ୍ୟବହାର କରାଯାଇଥାଏ । କିନ୍ତୁ ଯଦି ଆପଣ ଅଧିକ ମାତ୍ରାରେ ହେଙ୍ଗୁ ବ୍ୟବହାର କରନ୍ତି ତେବେ ଏହା ଦ୍ୱାରା ଅନେକ ସମସ୍ୟା ମଧ୍ୟ ଦେଖାଯାଇପାରେ । ତେବେ ଆସନ୍ତୁ ଜାଣିବା ହେଙ୍ଗୁକୁ କିଭଳି ବ୍ୟବହାର କରିବା ଉଚିତ୍ ।

ସାଧାରଣତଃ ଅଧିକାଂଶ ଲୋକମାନେ ଖାଦ୍ୟରେ ହେଙ୍ଗୁ ବ୍ୟବହାର କରିଥାନ୍ତି । ଅଧ୍ୟୟନ ଅନୁଯାୟୀ ପ୍ରତିଦିନ ୨ଥରରେ ୨୫୦ମିଲିଗ୍ରାମ ହେଙ୍ଗୁ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ସୁରକ୍ଷିତ । କାରଣ ଅଧ୍ୟୟନରୁ ଜଣାପଡ଼ିଛି ଅତ୍ୟଧିକ ହେଙ୍ଗୁ ସେବନ କରିବା ଦ୍ୱାରା ମୁହଁ ଫୁଲିବା, ଗ୍ୟାସ, ଦସ୍ତ, ଚିନ୍ତା ଏବଂ ମୁଣ୍ଡବିିନ୍ଧାର କାରଣ ହୋଇପାରେ । ଏନେଇ ବିଶେଷଜ୍ଞମାନେ ସୀମିତ ମାତ୍ରାରେ ହେଙ୍ଗୁ ସେବନ କରିବା ପାଇଁ ପରାମର୍ଶ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ଖାଦ୍ୟରେ ହେଙ୍ଗୁ ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା କେଉଁ କେଉଁ ସମସ୍ୟା ଉପୁଜିଥାଏ ।

ଘରୋଇ ଉପଚାରରେ ପେଟ ସମ୍ବନ୍ଧିୟ ସମସ୍ୟା ଦୂର କରିବା ପାଇଁ ହେଙ୍ଗୁ ସେବନ କରିବା ପାଇଁ କୁହାଯାଇଥାଏ । କିନ୍ତୁ ଏହାକୁ ବାରମ୍ବାର ସେବନ କରିବା ଦ୍ୱାରା ପେଟରେ ଗ୍ୟାସ ଏବଂ ଜଳନ ହେବାର ସମସ୍ୟା ଦେଖାଯାଇଥାଏ । ଅଧିକମାତ୍ରାରେ ହେଙ୍ଗୁ ସେବନ କରିବା ଦ୍ୱାରା ପେଟ ମଧ୍ୟ ଫୁଲିଯାଇଥାଏ । ଏଥିପାଇଁ ଭୋଜନରେ ମାତ୍ର ଚିମୁଟାଏ ହେଙ୍ଗୁ ବ୍ୟବହାର କରିବାକୁ କୁହାଯାଇଥାଏ ।

ପ୍ରତିଦିନ ଅଧିକମାତ୍ରାରେ ହେଙ୍ଗୁ ସେବନ କରିବା ଦ୍ୱାରା ଉଚ୍ଚରକ୍ତଚାପରେ ଅନିୟମିତତା ଦେଖାଯାଇଥାଏ । କେବଳ ଏତିକି ନୁହେଁ କିଛି ଲୋକମାନଙ୍କ ପାଖରେ ମୁଣ୍ଡବିନ୍ଧା ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟା ମଧ୍ୟ ଦେଖାଯାଇଥାଏ । ଏନେଇ ବ୍ଲଡପ୍ରେସର ଥିବା ବ୍ୟକ୍ତିମାନେ ଡାକ୍ତରଙ୍କ ପରାମର୍ଶ ବିନା ହେଙ୍ଗୁ ସେବନ କରନ୍ତୁ ନାହିଁ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳାମାନେ ହେଙ୍ଗୁ ସେବନ କରିବା ଅନୁଚିତ୍ । କାରଣ ହେଙ୍ଗୁରେ ଥିବା କିଛି ଯୌଗିକ ଗର୍ଭ ସମ୍ବନ୍ଧିତ ସମସ୍ୟାର କାରଣ ହୋଇପାରେ । ଏନେଇ ଡାକ୍ତରଙ୍କ ବିନା ପରାମର୍ଶରେ ଏହି ସମୟରେ ହେଙ୍ଗୁ ସେବନ କରନ୍ତୁ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।