You are currently viewing ପ୍ରତିଦିନ ୭ରୁ ୮ ଘଣ୍ଟା ଶୋଇବା ଜରୁରୀ

ପ୍ରତିଦିନ ୭ରୁ ୮ ଘଣ୍ଟା ଶୋଇବା ଜରୁରୀ

ସୁସ୍ଥ ରହିବା ପାଇଁ ଭଲ ନିଦ ପାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅବଶ୍ୟ, ଏହି ଦ୍ରୁତ ଗତିଶୀଳ ଜୀବନରେ, ଲୋକ ପ୍ରାୟତଃ ପର୍ଯ୍ୟାପ୍ତ ନିଦ ପାଆନ୍ତି ନାହିଁ। ନିଦ୍ରା ଅଭାବ କିମ୍ବା ଅନିଦ୍ରା ରହିବା ଦ୍ବାରା ଏହା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଶରୀର ଉପରେ ନକାରାତ୍ମକ ପ୍ରଭାବକୁ ଏଡ଼ାଇବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ବର୍ତ୍ତମାନ ଯଦି ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ କେତେ ଘଣ୍ଟା ଶୋଇବା ଆବଶ୍ୟକ, ତେବେ ଏନସିଆଇର ରିପୋର୍ଟ ଅନୁଯାୟୀ ବୟସ୍କମାନେ ପ୍ରତିଦିନ ୭ ରୁ ୮ ଘଣ୍ଟା ଶୋଇବା ଉଚିତ୍। ନିଦ୍ରା ଅଭାବରୁ ଓଜନ ବୃଦ୍ଧି, ରକ୍ତଚାପ, ମଧୁମେହ, ହୃଦଘାତ ଭଳି ଅନେକ ରୋଗର ଆଶଙ୍କା ବଢ଼ିପାରେ। ତେଣୁ, ଅନୁସନ୍ଧାନକାରୀଙ୍କ ରିପୋର୍ଟ ଅନୁଯାୟୀ, ପ୍ରତିଦିନ ୭ ରୁ ୮ ଘଣ୍ଟା ଶୋଇବା ଉଚିତ୍।

ଶୋଇବା ସମୟରେ ମୋବାଇଲ୍ ଫୋନ୍, ଟାବଲେଟ୍ କିମ୍ବା କୌଣସି ଗ୍ୟାଜେଟ୍ ବ୍ୟବହାର କରନ୍ତୁ ନାହିଁ। ଏହି ଗ୍ୟାଜେଟଗୁଡିକରୁ ଆସୁଥିବା ଆଲୋକ କେବଳ ଆଖିକୁ କ୍ଷତି ପହଞ୍ଚାଏ ନାହିଁ, ବରଂ ଆପଣଙ୍କୁ ଘଣ୍ଟା ଘଣ୍ଟା ଜାଗ୍ରତ ରହିବାକୁ ମଧ୍ୟ ପ୍ରେରଣା ଦେଇଥାଏ। ପ୍ରତିଦିନ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ରାତ୍ରି ଭୋଜନ କରନ୍ତୁ ଏବଂ ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ। ରାତିରେ ଅତ୍ୟଧିକ ଖାଇବା ଅଭ୍ୟାସ କର ନାହିଁ। ଏଥି ସହିତ, ମନେରଖନ୍ତୁ ଯେ ରାତିରେ ଆଦୌ କଫି କିମ୍ବା ଚା’ ପିଇବେନାହିଁ। ଯଦି ଆପଣ ଧୂମପାନ କରନ୍ତି କିମ୍ବା ମଦ୍ୟପାନ କରନ୍ତି, ତେବେ ଏଥିରୁ ମଧ୍ୟ ଦୂରରେ ରୁହନ୍ତୁ। ଶୋଇବା ନ ହେବାର କାରଣରେ ଏହି ଦୁଇଟି ମଧ୍ୟ ଅନ୍ତର୍ଭୁକ୍ତ। ଶୋଇବା ଘର ସଫା ରଖନ୍ତୁ ଏବଂ ଶୋଇବା ପୂର୍ବରୁ ଏକ ଗରମ ପାଣିରେ ଗାଧୋଇବାକୁ ଚେଷ୍ଟା କରନ୍ତୁ। ଭଲ ନିଦ ପାଇଁ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍। ଅନେକ ଥର ଶଯ୍ୟା ସଫା ନହେବା କିମ୍ବା ଦିନସାରା ଚାଲିବାବୁଲି ମଧ୍ୟ ଅନିଦ୍ରା ସମସ୍ୟାକୁ ଆମନ୍ତ୍ରଣ କରିପାରେ। ଶୋଇବା ପୂର୍ବରୁ ଅଧିକ ପାଣି ପିଅନ୍ତୁ ନାହିଁ, କାରଣ ଏହା ଦ୍ବାରା ବାରମ୍ବାର ପରିଶ୍ରା ଲାହେ ଏପରି ପରିସ୍ଥିତିରେ, ବାରମ୍ବାର ନିଦ ଭାଙ୍ଗିବା ହେତୁ ଜଣେ ବ୍ୟକ୍ତି ଶୋଇପାରେନାହିଁ।

ଅନ୍ୟମାନଙ୍କୁ ଜଣାନ୍ତୁ।