You are currently viewing ଘରୋଇ ଉପାୟରେ ସିଧା କରନ୍ତୁ କେଶ

ଘରୋଇ ଉପାୟରେ ସିଧା କରନ୍ତୁ କେଶ


ଷ୍ଟ୍ରେଟ ହେୟାର ସମସ୍ତଙ୍କୁ ପସନ୍ଦ । ଏହା ସବୁ ପ୍ରକାର ଆଉଟଫିଟରେ ସୁଟ୍ କରେ । ଏଥିପାଇଁ ଅଧିକାଂଶ ଝିଅ ହେୟାର ଷ୍ଟ୍ରେଟ କରିବାକୁ ବିଉଟି ପାର୍ଲର ଯିବାକୁ ପସନ୍ଦ କରନ୍ତି । ପାର୍ଲରେ ହେୟାର ଷ୍ଟ୍ରେଟ କରିବା ପାଇଁ କେଶରେ କେମିକାଲ ଓ ହିଟ୍ ପ୍ରୟୋଗ କରାଯାଇଥାଏ । ଯାହାଫଳରେ କେଶ ଖରାପ ହୋଇଯାଏ । ତେବେ ଆପଣ ଚାହିଁଲେ ଘରୋଇ ଉପାୟରେ କେଶକୁ ସିଧା କରିପାରିବେ । ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି କେଶକୁ ଷ୍ଟ୍ରେଟ୍ କରାଯାଇପାରିବ ।


୧. ନଡିଆ କ୍ଷୀର ଓ ଲେମ୍ବୁ ରସକୁ ଗୋଟିଏ ପାତ୍ରରେ ରଖି ଫ୍ରିଜରେ କିଛି ଘଣ୍ଟା ରଖିବା ପରେ ଏହି ମିଶ୍ରଣକୁ କେଶରେ ଲଗାନ୍ତୁ । ୧୫-୨୦ ମିନିଟ ପରେ କେଶକୁ ଷ୍ଟିମ୍ ଦିଅନ୍ତୁ । ଏହାପରେ କେଶକୁ ସାମ୍ପୂରେ ଧୋଇ ଦିଅନ୍ତୁ ।
୨. ୪ଟି ଚାମଚ ବେସନ ,୪ ଚାମଚ ମୁଲତାନି ମାଟି ଓ ଅଧାକପ୍ ସରିକା ମିଶ୍ରଣ ପ୍ରସ୍ତୁତ କରି ଏହାକୁ କେଶରେ ଲଗାନ୍ତୁ ୧୦-୧୫ ମିନିଟ ପରେ କେଶକୁ ଧୋଇ ଦିଅନ୍ତୁ ।

୩.ମୁଲତାନି ମାଟିରେ ଅଣ୍ଡାର ଧଳାଅଂଶକୁ ମିଶାନ୍ତୁ । ଏଥିରେ ୧ ଚାମଚ ଚାଉଳ ଚୁନା ଓ ପାଣି ମିଶାଇ ଏକ ପେଷ୍ଟ କରି କେଶରେ ଲଗାନ୍ତୁ । ଏହାପରେ ମୋଟା ଦାନ୍ତ ଥିବା ପାନିଆରେ କେଶକୁ କୁଣ୍ଡାଇ ଦିଅନ୍ତୁ । ୧ ଘଣ୍ଟାପରେ କେଶକୁ ଧୋଇ ଦିଅନ୍ତୁ । କେଶ ଶୁଖିଯିବା ପରେ ଏଥିରେ କିଛି କ୍ଷୀର ସ୍ପ୍ରେ କରନ୍ତୁ । ୧୫ ମିନିଟ୍ ପରେ ପୁଣିଥରେ ଧୋଇ ଦିଅନ୍ତୁ । ମାସକୁ ଏପରି ଦୁଇ ଦିନିଥର କରନ୍ତୁ କେଶ ସିଧା ହୋଇଯିବ ।
୪. ନଡିଆ,ବାଦାମ କିମ୍ବା ଅଲିଭ ତେଲ କୁ ହାଲକା ଗରମ କରି କେଶ ମୂଳରେ ୧୫ ରୁ ୨୦ ମିନିଟ ପର୍ହ୍ୟନ୍ତ ତେଲକୁ ମାଲିସ କରନ୍ତୁ । ୩୦ ମିନିଟ୍ ରେ କେଶକୁ ସାମ୍ପୂ କରି କୁଣ୍ଡାଇ ଦିଅନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।