You are currently viewing ଫଳ ଖାଇବାର ଉପଯୁକ୍ତ ସମୟ…

ଫଳ ଖାଇବାର ଉପଯୁକ୍ତ ସମୟ…

ସାଧାରଣତ ଫଳଗୁଡିକ ପ୍ରକୃତିରୁ ମିଳିଥାଏ । ଏଥିରେ କମ ଫ୍ୟାଟ, ସୋଡିୟମ ଏବଂ କ୍ୟାଲେରୀ ରହିଥାଏ । ଯାହାକୁ ଖାଇବା ଦ୍ୱାରା ମୋଟା ହେବାର କୌଣସି ଆଶଙ୍କା ରହିନଥାଏ । ଫଳରେ ଅନେକ ପୋଷକ ତତ୍ତ୍ୱ ଯେପରିକି ପୋଟାସିୟମ ଡାଏଟାରୀ ଫାଇବର, ଭିଟାମିନ ସି ଏବଂ ଫୋଲେଟ ରହିଥାଏ । ତେଣୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ । ତେବେ କିଛି ଲୋକ ଅଛନ୍ତି ଯେଉଁମାନେ କି କୌଣସି ସମୟରେ ମଧ୍ୟ ଫଳ ଖାଇଥାନ୍ତି କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।
ପ୍ରତିଦିନ ସକାଳେ ସେଓ ଖାଇବା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ । ଏହା ଶରୀରରୁ କୋଲେଷ୍ଟରଲର ପରିମାଣ ହ୍ରାସ କରିଥାଏ । ଏହାକୁ ରାତିରେ ଖାଇବା ଦ୍ୱାରା ଏହା ତ୍ୱଚା ପାଇଁ ହାନିକାରକ ହୋଇଥାଏ । ଏହାକୁ ରାତିରେ ଖାଇବା ଦ୍ୱାରା ଏସିଡିଟି ହୋଇଥାଏ ।
ଖରାବେଳର ଭୋଜନ କରିସାରିବା ପରେ କଦଳୀ ଖାଇବା ଉଚିତ କାରଣ ଏହା ଦ୍ୱାରା ଇମ୍ୟୁନିଟି ପାୱର ବଢ଼ିଥାଏ । ରାତିରେ କଦଳୀ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।
ସକାଳ ସମୟ ଫଳ ଖାଇବା ପାଇଁ ଉପଯୁକ୍ତ ହୋଇଥାଏ । ଏହାକୁ ଆମେ ସ୍ନାକ୍ସ ଖାଇବା ସମୟରେ ମଧ୍ୟ ଖାଇପାରିବେ । ୱାର୍କ ଆଉଟ କରିବା ପରେ କିମ୍ବା ପୂର୍ବରୁ ଖାଇପାରିବା ଏହା ଆମକୁ ୱାର୍କଆଉଟ କରିବା ପାଇଁ ଜରୁରୀ ପୋଷଣ ଯୋଗାଇପାରିବ ।
ଶୋଇବା ପୂର୍ବରୁ ଫଳ ଖାଇବା ଏହା ଏକ ଖରାପ ଅଭ୍ୟାସ । ଏହା ଦ୍ୱାରା ରକ୍ତରେ ଶର୍କରାର ପରିମାଣକୁ ବଢ଼ାଇଦେଇଥାଏ । ଖାଦ୍ୟ ଖାଇବାର ଠିକ ପୂର୍ବରୁ ଓ ପରେ ଫଳ ଖାଇବା ଉଚିତ ନୁହେଁ । ଫଳକୁ ଭୋଜନ ସହ ଖାଇବା ଉଚିତ ନୁହେଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।