You are currently viewing କଳା ଚଣାର ଫାଇଦା

କଳା ଚଣାର ଫାଇଦା

କଳାଚଣା ଖାଇବାକୁ ପ୍ରାୟ ସମସ୍ତଙ୍କୁ ପସନ୍ଦ । ଏଥି ସହିତ ଏହା ଶରୀର ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ ।ସେଥିଲାଗି କଳାଚଣାକୁ ପ୍ରତିଦିନ ସେବନ କରିବା ଉଚିତ ।କଳା ଚଣାକୁ ଆପଣ ରୋଷେଇ କରିକି କିମ୍ବା ସିଝାଇ ମଧ୍ୟଖାଇ ପାରିବେ । ଏଥିରେ ଭରପୂର ମାତ୍ରାରେ କ୍ୟାଲସିୟମ,ଫାଇବର,ପ୍ରୋଟିନ ,କାର୍ବୋହାଇଡ୍ରେଟ ଭଳି ମହତ୍ତପୂର୍ଣ୍ଣ ତତ୍ୱଥାଏ । ଏଥିରେ ଭିଟାମିନ ଏ, ବି,ସି ଓ ଫସଫରସ ମଧ୍ୟ ଥାଏ । ବ୍ରେକଫାଷ୍ଟରେ ଏହାକୁ ଖାଇବା ଦ୍ୱାରା ବହୁତ ଫାଇଦା ମିଳିଥାଏ କାରଣ ଏହାକୁ ହଜମ ହେବାକୁ ସମୟ ଲାଗିଥାଏ । ଯାହାଦ୍ୱାରା ଆପଣଙ୍କୁ ଶୀଘ୍ର ଭୋକ ଲାଗିନଥାଏ ।ଏଥି ସହିତ ପୁରାଦିନ ଆମ ଶରୀରକୁ ପ୍ରଚୁର ମାତ୍ରାରେ ପ୍ରୋଟିନ ଯୋଗାଇଥାଏ । ତେବେ ଆନ୍ତୁ ଜାଣିବା କଳା ଚଣା ଖାଇବାର ଫାଇଦା

Woman with beautiful long hair on white background

କେଶକୁ ଘନ କରିଥାଏ: ଚଣାରେ ଭିଟାମିନ ଓ ମିନେରାଲ୍ସରେ ଭରପୂର ଥାଏ । ସେଥିଲାଗି କଳା ଚଣାଖାଇବା ଦ୍ୱାରା କେଶ ମଜବୁତ ହୁଏ ଏବଂ କେଶ ଝଡିବାରେ ରୋକିଥାଏ ତାହା ସହିତ କେଶକୁ ଘନ କରିଥାଏ । ଯଦି ଆପଣ କେଶ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ କଳା ଚଣାକୁ ନିଜ ଡାଏଟରେ ସାମିଲ କରନ୍ତୁ ।

ହାର୍ଟ ସମସ୍ୟା ଦୂର କରେ : କଳା ଚଣାରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ହାର୍ଟ ସମସ୍ୟାକୁ ଦୂର କରିଥାଏ । ସେଥିଲାଗ ଆପଣ ସିଝା ହୋଇଥିବା ଚଣା ସେବନ କରନ୍ତୁ । ସେଥିରେ ଟିକେ ଲେମ୍ବୁ ରସ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଖାଇଲେ ଚଣାର ସ୍ୱାଦ ବଢିଯାଏ ।
ଇମ୍ୟୁନିଟି: କଳା ଚଣାରେ ଫାଇବର ଭରପୂର ମାତ୍ରାରେ ଥାଏ ଯାହା ଇମ୍ୟୁନିଟି କୁ ମଜବୁତ କରିଥାଏ । ଏହାକୁ ସେବନ କଲେ ପେଟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ । ଏଥିଲାଗ କଳା ଚଣାକୁ ପ୍ରତିଦିନ ଖାଇବା ଉଚିତ ।

କୋଲେଷ୍ଟ୍ରଲ ମାତ୍ରା କମ୍ କରେ : କଳା ଚଣା ଶରୀରର କୋଲେଷ୍ଟ୍ରଲ କୁ ହଟାଇବାରେ ସାହାଯ୍ୟ କରେ । ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥାଏ ଯାହାକି ଶରୀରରୁ କୋଲେଷ୍ଟ୍ରଲ ମାତ୍ରା କମ୍ କରିଥାଏ । ।

ଅନ୍ୟମାନଙ୍କୁ ଜଣାନ୍ତୁ।