You are currently viewing ଆଜି ହେଉଛି ନନ୍ଦା ସପ୍ତମୀ, ଜାଣନ୍ତୁ ଏହାର ପୂଜାବିଦ୍ଧି ଏବଂ ମହତ୍ତ୍ୱ

ଆଜି ହେଉଛି ନନ୍ଦା ସପ୍ତମୀ, ଜାଣନ୍ତୁ ଏହାର ପୂଜାବିଦ୍ଧି ଏବଂ ମହତ୍ତ୍ୱ

ପ୍ରତିବର୍ଷ ମାର୍ଗଶିର ମାସର  ଶୁକ୍ଳ ପକ୍ଷର ସପ୍ତମୀ ତିଥି କୁ ନନ୍ଦା ସପ୍ତମୀ ଭାବରେ ଜଣାଶୁଣା । ନନ୍ଦା  ଦେବୀ ମାତା ପାର୍ବତୀଙ୍କ ଏକ ରୂପ ଭାବରେ ବିବେଚନା କରାଯାଏ । ନନ୍ଦା ସପ୍ତମୀ ଦିନ ନନ୍ଦା ଦେବୀ, ସୂର୍ଯ୍ୟ ଦେବ ଏବଂ ଭଗବାନ ଗଣେଶଙ୍କୁ  ପୂଜା କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ନନ୍ଦା ସପ୍ତମୀ  ପୂଜାର ମହତ୍ତ୍ୱ ଏବଂ  ବିଦ୍ଧି ବିଷୟରେ

ନନ୍ଦା ସପ୍ତମୀର ମହତ୍ତ୍ୱ: ନନ୍ଦା ଦେବୀ ମାତା ପାର୍ବତୀଙ୍କ ରୂପ ବୋଲି ବିବେଚନା କରାଯାଏ ଏବଂ ସେଥିଲାଗି ନନ୍ଦା ସପ୍ତମୀ ଦିନ ନନ୍ଦା ଦେବୀଙ୍କୁ ପୂଜା କରାଯାଏ । ଏହି ଦିନ ସୁଖମୟ ଜୀବନ ପାଇଁ ମାତା ପାର୍ବତୀଙ୍କୁ ପ୍ରାର୍ଥନା କରାଯାଏ । ଏହାସହ ଭଗବାନ ଗଣେଶ ଏବଂ ସୂର୍ଯ୍ୟ ଦେବଙ୍କୁ ମଧ୍ୟ ବିଧିବଦ୍ଧ ଭାବେ ପୂଜା ଓ ଉପବାସ କରାଯିବା ଉଚିତ୍।  ଏପରି କରିବା ଦ୍ୱାରା ଆତ୍ମବିଶ୍ୱାସ ବଢିବାସହ  ସମସ୍ତ ପ୍ରକାରର ଦୋଷରୁ ମୁକ୍ତି ମିଳିଥାଏ । 

ନାରଦ ପୁରାଣରେ ଉଲ୍ଲେଖ୍ୟ ଅଛି ଯେ  କଶ୍ୟପ ଋଷିଙ୍କର ତେଜ ଏବଂ  ଅଦିତିଙ୍କର ଗର୍ଭରୁ ମିତ୍ର ନାମକ  ଏକ ସୂର୍ଯ୍ୟ ବାହାରିଥିଲେ ,ଯାହା ପ୍ରକୃତରେ ଭଗବାନ ବିଷ୍ଣୁଙ୍କ ଡାହାଣ ଆଖିର ଶକ୍ତି ବୋଲି ବିଶ୍ୱାସ କରାଯାଉଥିଲା। ସେଥିପାଇଁ  ନନ୍ଦା ସପ୍ତମୀ ଦିନ ସୂର୍ଯ୍ୟଙ୍କ ମିତ୍ର ରୂପର ପୂଜା କରିବା ପରେ ସାତଜଣ ବ୍ରାହ୍ମଣଙ୍କୁ ଖାଦ୍ୟ ଦିଆଯିବା ଉଚିତ ଏବଂ ସେମାନଙ୍କୁ  ଦକ୍ଷିଣା ଦିଆଯିବା ଉଚିତ୍ ।ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସପ୍ତମୀ ତିଥିର ସ୍ୱାମୀ ସୂର୍ଯ୍ୟଦେବ ହୋଇଥିବାରୁ ଶୁକ୍ଳ ପକ୍ଷର ସପ୍ତମୀ ଦିନରେ ଉଦୟଗାମୀ  ସୂର୍ଯ୍ୟଙ୍କୁ ଜଳ ପ୍ରଦାନ କରିବାର ନିୟମ ରହିଛି। ଭବିଷ୍ୟ ପୁରାଣରେ ଶ୍ରୀକୃଷ୍ଣଙ୍କ ପୁତ୍ର ସାମ୍ବ ଦ୍ୱାରା  ସୂର୍ଯ୍ୟଙ୍କ ଉପାସନା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି, ଯେଉଁଠାରୁ ସାମ୍ବଙ୍କୁ ଦିବ୍ୟଜ୍ଞାନ ପ୍ରାପ୍ତ ହୋଇଥିଲା।

ନନ୍ଦା ସପ୍ତମୀର ପୂଜା ବିଦ୍ଧ:

– ନନ୍ଦା ସପ୍ତମୀ ଦିନ, ତମ୍ବା ପାତ୍ରରେ ପାଣି, ଅକ୍ଷୁର୍ଣ୍ଣ ଏବଂ ନାଲି ଫୁଲ  ଉଦୟଗାମୀ ସୂର୍ଯ୍ୟଙ୍କୁ ଘିଅ ଅର୍ପଣ କରନ୍ତୁ ।

– ଘିଅ  ଅର୍ପଣ କରିବା ସମୟରେ ଓମ୍  ଘୃଣି ସୂର୍ଯ୍ୟୟ ନମଃ ମନ୍ତ୍ର ଜପ କରନ୍ତୁ ।

– ଘିଅ  ଅର୍ପଣ କରିବା ପରେ ଧୂପ ଓ ଦୀପ ସହିତ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରନ୍ତୁ ।

–  ନନ୍ଦା ସପ୍ତମୀ ଦିନ ତମ୍ବା ବାସନ, ହଳଦିଆ କିମ୍ବା ନାଲି ପୋଷାକ, ଗହମ, ଗୁଡ, ଏବଂ ନାଲି ଚନ୍ଦନ ଦାନ କରନ୍ତୁ ।

– ନନ୍ଦା ସପ୍ତମୀ ଦିନ ଉପବାସ କରନ୍ତୁ।  ଏହି ସମୟରେ ଫଳ ଖାଇପାରନ୍ତି, କିନ୍ତୁ ଉପବାସ ସମୟରେ ଦିନସାରା ଲୁଣ ଖାଆନ୍ତୁ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।