You are currently viewing ଅନ୍ତନଳୀକୁ ସଫା କରିବା ପାଇଁ ବ୍ୟବହାର କରନ୍ତୁ ଏହି ସବୁ ଜିନିଷ

ଅନ୍ତନଳୀକୁ ସଫା କରିବା ପାଇଁ ବ୍ୟବହାର କରନ୍ତୁ ଏହି ସବୁ ଜିନିଷ

ଶରୀରର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସଠିକ୍ ହଜମ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ବୋଲି ବିବେଚନା କରାଯାଏ । ଖାଦ୍ୟରୁ ପୋଷକ ତତ୍ତ୍ୱ ହଜମ ପ୍ରକ୍ରିୟା ମାଧ୍ୟମରେ ଅବଶୋଷିତ ହୁଏ, ଯାହା ଆମ ଶରୀରକୁ  ପର୍ଯ୍ୟାପ୍ତ  ପରିମାଣର ଶକ୍ତି ଦେଇଥାଏ । ଯକୃତ ସହିତ ଅନ୍ତନଳୀ ମଧ୍ୟ ହଜମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।  ଏପରି ସମସ୍ୟା ଥିବା ଲୋକଙ୍କୁ ଅନ୍ତନଳୀକୁ ସୁସ୍ଥ ରଖିବା ପାଇଁ ପରାମର୍ଶ ଦିଆଯାଇଛି ।  ବିଶେଷଜ୍ଞ କହିବା ଅନୁଯାୟୀ ହଜମ ପ୍ରକ୍ରିୟାକୁ ସୁସ୍ଥ ଏବଂ ଉନ୍ନତ ରଖିବା ପାଇଁ ଅନ୍ତନଳୀକୁ ସୁସ୍ଥ ଏବଂ ପରିଷ୍କାର ରଖିବା ଉଚିତ୍ ।  ହଜମ ପ୍ରକ୍ରିୟା ସମୟରେ ଖାଦ୍ୟ ବର୍ଜ୍ୟବସ୍ତୁ ଏବଂ ବିଷାକ୍ତ ପଦାର୍ଥ ଅନ୍ତନଳୀରେ ଜମା ହେବା ଆରମ୍ଭ କରେ, ଯାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ।  ଏଥିପାଇଁ ସମୟକ୍ରମେ ଅନ୍ତନଳୀକୁ ସଫା ରଖିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଅତ୍ୟନ୍ତ ଆବଶ୍ୟକ ।  ତେବେ ଆସନ୍ତୁ ଜଣିବା କିଛି ପ୍ରାକୃତକ ଉପାୟ ବିଷୟରେ ଯାହା ଅନ୍ତନଳୀକୁ ସଫା ରଖିବା ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

୧.ଖାଦ୍ୟରେ ଫାଇବରର ପରିମାଣ ବଢାନ୍ତୁ : ପେଟକୁ ସୁସ୍ଥ ରଖିବା ପାଇଁ ଖାଦ୍ୟରେ ଭଲ ପରିମାଣର ଫାଇବର ବଜାୟ ରଖିବା ଆବଶ୍ୟକ ।  ହଜମ ପ୍ରକ୍ରିୟାକୁ ଠିକ ରଖିବା ସହିତ ଅନ୍ତନଳୀ ସଫା କରିବା ପାଇଁ  ଫଳ କିମ୍ବା ପନିପରିବା ରସ ସାମିଲ କରିବା ଉଚିତ ।  ଯାହା ଫାଇବରରେ ଭରପୂର ଅଟେ ।  ଏଥିପାଇଁ ଆପଲ୍, ବନ୍ଧାକୋବି, ଗାଜର, ବ୍ରୋକୋଲି ଭଳି ଜିନିଷ ଖାଇବା ମଧ୍ୟ ଲାଭଦାୟକ ଅଟେ ।

୨.ପ୍ରଚୁର ପାଣି ପିଅନ୍ତୁ: ପାନୀୟ ଜଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ, ଏହା ଅନ୍ତନଳୀରୁ ବର୍ଜ୍ୟବସ୍ତୁ ଏବଂ ବିଷାକ୍ତ ପଦାର୍ଥ ବାହାର କରିବାରେ ମଧ୍ୟ ସହାୟକ ହୋଇଥାଏ ।  ପାଣି ଶରୀରକୁ ହାଇଡ୍ରେଟ୍ ରଖେ ।  ଅଧ୍ୟୟନରୁ ଜଣାପଡିଛି ଯେ ଲୁଣ ମିଶ୍ରିତ ପାଣି ପିଇବା ମଧ୍ୟ ଲାଭଦାୟକ ଅଟେ ।

୩.ଫଳ ଏବଂ ପନିପରିବା ରସ :   ଅନ୍ତନଳୀକୁ ସଫା ରଖିବା ପାଇଁ ପାନୀୟର ବ୍ୟବହାର ଅଧିକ ହେବା ଉଚିତ, ଏଥିରେ ପନିପରିବା ରସ ଅଧିକ ଲାଭଦାୟକ ହୋଇଥାଏ ।  ଗାଜର, ବିଲାତି, କଲରା ଏବଂ ପାଳଙ୍ଗର ମିଶ୍ରିତ ରସ ସେବନ ଦ୍ୱାରା ଅନ୍ତନଳୀ ସଫା କରିବା ପାଇଁ ଅଧିକ ଲାଭଦାୟକ ହୋଇଥାଏ ।

୪. ହର୍ବାଲ ଟି:   ଅନ୍ତନଳୀକୁ  ସଫା ଏବଂ ସୁସ୍ଥ ରଖିବା ପାଇଁ ହର୍ବାଲ ଟି ସେବନ ଲାଭଦାୟକ ଅନ୍ତନଳୀକୁ ।   ସାଇଲିୟମ୍, ଆଲୋ ଭେରା, ମାର୍ଶମେଲୋ ଇତ୍ୟାଦିରେ ଭଲ ପରିମାଣର ଲକ୍ସାଟିଭ୍ ମିଳିଥାଏ ଯାହା ହଜମ ହଜମ କ୍ରିୟା ଠିକ ରଖେ ଏବଂ ମଳ ତ୍ୟାଗ ପ୍ରକ୍ରିୟାକୁ ସହଜ କରିଥାଏ ।  ଏଥିପାଇଁ ଗ୍ରୀନ ଟି ପିଇବା  ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ ।  

ଅନ୍ୟମାନଙ୍କୁ ଜଣାନ୍ତୁ।