You are currently viewing ଓଡ଼ିଶା ପାଇବ କରୋନା ଟୀକା!

ଓଡ଼ିଶା ପାଇବ କରୋନା ଟୀକା!

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସେରମ ଇଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଦାର ପୁନୱାଲଙ୍କ ସହ କଥା ହୋଇ କୋଭିଡ଼ ଟୀକାର ପ୍ରସ୍ତୁତିର ଅଗ୍ରସର ସମ୍ପର୍କରେ ପଚାରି ବୁଝିଥିଲେ । ସେରମ ଇଷ୍ଟିଚ୍ୟୁଟ ଅକ୍ସଫୋର୍ଡ଼ ବିଶ୍ୱ ବିଦ୍ୟାଳୟର ସହଭାଗୀତାରେ କୋଭିଡ଼ ଟୀକାକୁ ପ୍ରସ୍ତୁତ କରିଥିବାରୁ ନବୀନ ଖୁସୀବ୍ୟକ୍ତି କରିଥିଲେ । ଏହି ଅବସରରେ ନବୀନ ପୁନେୱାଲଙ୍କୁ କହିଥିଲେ ଯେ, ଟୀକା ପ୍ରସ୍ତୁତି ପରେ ଓଡ଼ିଶାକୁ ଅଗ୍ରାଧିକାର ଭିତିରେ କୋଭିଡ଼ ଟୀକା ଯୋଗାଇ ଦେବା ପାଇଁ ତାଙ୍କ ସଂସ୍ଥା ସାହାର୍ଯ୍ୟ କରୁ ।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଥିଲେ ରାଜ୍ୟସରକାର ସେରମ ଇଷ୍ଟିଚ୍ୟୁଟ ସହ ଏହି ସମ୍ପର୍କରେ ଯୋଗାଯୋଗରେ ରହିବ । ଶ୍ରୀ ଅଦାରଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୀକା ପ୍ରସ୍ତୁତିର ଅଗ୍ରସର ସମ୍ପର୍କରେ ପଚାରି ବୁଝିଥିବାରୁ ସେ ଖୁସୀବ୍ୟକ୍ତ କରିଥିଲେ । ଚଳିତ ବର୍ଷ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ଟୀକା ପ୍ରସ୍ତୁତି ଶେଷ ହୋଇଯିବ ବୋଲି ମିଳିଥିବା ସୂଚନାରୁ ପ୍ରକାଶ । ଏହି ଭିଡ଼ିଓ କନଫରେନ୍ସିଂ ଆଲୋଚନାରେ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ଓ ୫ଟି ମୁଖ୍ୟ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।