You are currently viewing ଜାଣନ୍ତି କି ଅବସାଦ ଦୂର କରେ ନିରବ ଚାଲି?

ଜାଣନ୍ତି କି ଅବସାଦ ଦୂର କରେ ନିରବ ଚାଲି?

ପୂର୍ବରୁ ଲୋକମାନେ ରାସ୍ତା ତଥା ପାର୍କରେ ନିରବରେ ଚାଲୁଥିଲେ । ଏବେ ସେହି ପୁରୁଣା ଅଭ୍ୟାସ ଫେରିଛି । ଏହା ଏବେ ‘ସାଇଲେଣ୍ଟ ୱାକିଂ’ ନାଁରେ ପରିଚିତ । ଏହାକୁ ନିରବ ଚାଲି ବୋଲି କୁହାଯାଏ। ଏହାର ଅର୍ଥ କାହା ସହ କଥାବାର୍ତ୍ତା ନ କରି ଚାଲିବା । ଅର୍ଥାତ୍ ନିରବତା ରକ୍ଷା କରି ଏବଂ ଅନ୍ୟ କେଉଁଆଡ଼େ ଦୃଷ୍ଟି ନ ଦେଇ ନିଜ ଉପରେ ଗୁରୁତ୍ଵ ଦେବା । ଅନେକ ଲୋକ ଏଥିରେ ଅଭ୍ୟସ୍ତ ହେଉଥିବା ଦେଖାଯାଉଛି । ନିରବ ଚାଲି ଲୋକଙ୍କୁ ନିଜ ଭାବନା ସହ ଯୋଡ଼ି ରଖିବାରେ ସାହାଯ୍ୟ କରିଥାଏ ।

ମନସ୍ତତ୍ତ୍ଵବିତ୍‌ଙ୍କ ଅନୁସାରେ, ଏକାଗ୍ରତାର ଏକ ସ୍ଵରୂପ ହେଉଛି ‘ସାଇଲେଣ୍ଟ ୱାକ୍‌’। ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟର ଏହାକୁ ନେଇ ଅନେକ ଉପକାରିତା ରହିଛି । ହୃଦ୍ ସମ୍ବନ୍ଧୀୟ ସମସ୍ୟା ଏହା ଦ୍ଵାରା ହ୍ରାସ ପାଏ ଏବଂ ଆଣ୍ଠୁଗଣ୍ଠିକୁ ଏହା ସୁସ୍ଥ ରଖେ। ମାନସିକ ଚିନ୍ତା, ଅବସାଦ ଦୂରେଇ ଖୁସି ଜୀବନ ଅତିବାହିତ କରିବାକୁ ଏହା ପ୍ରେରିତ କରେ । ଏପରିକି ନିରବ ଚାଲି ପ୍ରକୃତି ସହ ଲୋକଙ୍କୁ ନିକଟତର କରିଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।