You are currently viewing ଭାତ ଖାଇ ବି କରିପାରିବେ ୱେଟଲସ୍‌

ଭାତ ଖାଇ ବି କରିପାରିବେ ୱେଟଲସ୍‌

ପ୍ରାୟତଃ ଲୋକମାନେ ଓଜନ ବଢିବା କାରଣରୁ ଭାତ ଖାଇବା ମଧ୍ଯ ବନ୍ଦ କରିଦେଇଥାନ୍ତି। ଅନେକ ଲୋକମାନେ ମଧ୍ଯ ଭାତ ଖାଇବା ପରିବର୍ତ୍ତେ ରୁଟି ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି।  କିନ୍ତୁ କିଛି ଲୋକଙ୍କୁ ଭାତ ଏତେ ପସନ୍ଦ ହୋଇଥାଏ ଯେ ସେମାନେ ଯେତେ ଚେଷ୍ଟା କଲେ ବି ଭାତ ଛାଡି ପାରି ନଥାନ୍ତି । କିନ୍ତୁ ଜାଣନ୍ତିକି ଭାତ ନ ଛାଡ଼ି ମଧ୍ୟ ଆପଣ ନିଜ ଶରୀରର ଅତ୍ୟଧିକ ଚର୍ବିକୁ କମାଇପାରିବେ । ତେବେ ଆସନ୍ତୁ କିଛି ଟିପ୍ସ ବିଷୟରେ ଜାଣିବା ଯାହା ପ୍ରତି ଧ୍ୟାନ ରଖିଲେ ଆମେ ନିଜ ଓଜନକୁ ଅତି କମ ସମୟ ଭିତରେ କମାଇ ପାରିବେ । ଯଦି ଆପଣ ନିଜ ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ଫ୍ରାଏଡ଼ ଭାତକୁ ବର୍ଜନ କରନ୍ତୁ । ପ୍ଲେନ, ପଲିସଡ଼ ଧଳା ଭାତ ବଦଳରେ ଅନପଲିସଡ଼, ବ୍ରାଉନ ବା ନାଲି ଭାତ ମଧ୍ୟ ଖାଇ ପାରନ୍ତି । ଯଦି ଆପଣଙ୍କୁ ବାରମ୍ବାର ଭୋକ ଲାଗୁଥାଏ ତେବେ ଲଞ୍ଚରେ ପଳାଉ ପ୍ରସ୍ତୁତ କରି ଖାଆନ୍ତୁ । ଏଥିରେ ପନିପରିବା ଆଦି ପକେଇବା ଦ୍ୱାରା ଭାତର ନ୍ୟୁଟ୍ରିସନ ପରିମାଣ ମଧ୍ୟ ଅଧିକ ମାତ୍ରାରେ ବଢି ଯାଇଥାଏ । ଏହାକୁ ଖାଇବା ଦ୍ୱାରା ପେଟ ମଧ୍ୟ ପୂରିକି ରହିଥାଏ ଯାହାଦ୍ୱାରା ବାରମ୍ବାର ଭୋକ ଲାଗିନଥାଏ । ଯାହା ଆପଣଙ୍କ ଓଜନ କମାଇବାରେ ବିଶେଷ ସହାୟକ ହୋଇଥାଏ ।

ଓଜନ କମାଇବାକୁ ଲକ୍ଷ ରଖିଥିଲେ ଦିନକୁ କେବଳ ଥରେ ମାତ୍ର ହିଁ ଭାତ ଖାଆନ୍ତୁ । ଲଞ୍ଚ ଅଥବା ଡିନରରେ ଭାତ ଖାଆନ୍ତୁ ।

ଯଦି ଆପଣଙ୍କୁ ଧଳା ଭାତ ଅଧିକ ଖାଇବା ପସନ୍ଦ ତେବେ ଏହା ସହ ଡାଲି, ପାନିପରିବା ତରକାରୀ ଖାଆନ୍ତୁ । କିନ୍ତୁ ସବୁବେଳେ ଧ୍ୟାନ ରଖିବେ ତରକାରୀ ଖୁବ କମ ମସଲା ଓ ତେଲରେ ହିଁ ପ୍ରସ୍ତୁତ ହୋଇଥିବା ଦରକାର ।

ଚାଉଳକୁ ସିଝାଇ, ଗ୍ରୀଲଡ଼ କରି ବା ରୋଷ୍ଟ କରି ମଧ୍ୟ ଖାଇ ପାରିବେ । ଯାହା ଦ୍ୱାରା ଖାଦ୍ୟରୁ ଫ୍ୟାଟର ମାତ୍ରା କମି ଯାଇଥାଏ ।

ଭାତ ସହ ଡାଲି ଖାଇବା ସର୍ବୋତ୍କୃଷ୍ଟ । ଏହି ଦୁଇଟିର ମିଶ୍ରଣରେ ଶରୀରକୁ ଆବଶ୍ୟକ ମୁତାବକ ଆମିନୋ ଏସିଡ ମିଳିପାରିଥାଏ । ଯାହାକି ଶରୀର ଭିତରେ ସ୍ଵତ ସ୍ପୃତ ଭାବେ ସୃଷ୍ଟି ହୋଇନଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।