You are currently viewing ଓଡିଶା ହାଇକୋର୍ଟକୁ ମିଳିବେ ନୂଆ ମୁଖ୍ୟ ବିଚାରପତି

ଓଡିଶା ହାଇକୋର୍ଟକୁ ମିଳିବେ ନୂଆ ମୁଖ୍ୟ ବିଚାରପତି

  • Post category:ଓଡିଶା
  • Reading time:1 mins read

କଟକ : ଜଷ୍ଟିସ ଶୁଭାଶିଷ ପାତ୍ର ହେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲିଜିୟମ୍ । ଆସନ୍ତାମାସରେ ବର୍ତ୍ତମାନ ହାଇକୋର୍ଟ ମୁଖ୍ୟ ବିଚାରପତି ଥିବା ଏସ ମୁରଲୀଧର ଅବସର ନେବେ । ତାଙ୍କ ପରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର । ୧୦ ଜୁନ ୨୦୨୨ରୁ ଜଷ୍ଟିସ ତାଳପତ୍ର ଓଡିଶା ହାଇକୋର୍ଟରେ ବିଚାରପତି ଅଛନ୍ତି । ପୂର୍ବରୁ ତ୍ରିପୁରା ହାଇକୋର୍ଟରୁ ଜଷ୍ଟିସ ଶୁଭାଶିଷ ତାଳପତ୍ର ଓଡିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି । ୨୦୧୧, ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କରିଥିଲେ । ୨୦୧୩, ସେପ୍ଟେମ୍ବର ୧୩ରେ ସେ ତ୍ରିପୁରା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୮, ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯, ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସେ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।