You are currently viewing ଦିଆସିଲି କାଠିରେ ମହାପ୍ରଭୁ

ଦିଆସିଲି କାଠିରେ ମହାପ୍ରଭୁ

  • Post category:ଓଡିଶା
  • Reading time:1 mins read

ପୁରୀ : ପୁଣି ବର୍ଷେ ପରେ ଶ୍ରୀମନ୍ଦିରରୁ ଜନ୍ମବେଦୀକୁ ବିଜେ କରିବେ ମହାବାହୁ । ଭକ୍ତଙ୍କ ପାଇଁ ବଡଦାଣ୍ଡକୁ ଓହ୍ଳାଇ ଆସିବେ ଚତୁର୍ଦ୍ଧାମୁରତି । ପବିତ୍ର ରଥଯାତ୍ରା ଅବସରରେ ନିଆରା କଳାକୃତି ରଥ ତିଆରି କରିଛନ୍ତି ପୁରୀ କୁମ୍ଭାରପଡା ଅଞ୍ଚଳର ଯୁବଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ। ଦିଆସିଲି କାଠିରେ ତିନୋଟି କ୍ଷୁଦ୍ର ରଥ ନିର୍ମାଣ କରି ଏହାରି ମାଧ୍ୟମରେ ସ୍ୱଚ୍ଛତାର ବାର୍ତା ଦେବାକୁ ପ୍ରୟାସ କରିଛନ୍ତି । ୨୦୨୫ ଟି ଦିଆସିଲି କାଠି ବ୍ୟବହାର କରି ଏହି ଆକର୍ଷଣୀୟ ତିନୋଟି ରଥ ନିର୍ମାଣ କରିଛନ୍ତି ଶାଶ୍ୱତ। ଏହି କ୍ଷୁଦ୍ର କଳାକୃତିକୁ ନିର୍ମାଣ କରିବା ପାଇଁ ତାଙ୍କୁ ୧୫ ଦିନ ସମୟ ଲାଗିଥିବା ସେ କହିଛନ୍ତି । ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ପୁରୀର ଯୁବ ଶିଳ୍ପୀ ଏହି ଭଳି ଦିଆସିଲି କାଠିରେ ବିଭିନ୍ନ କଳାକୃତି କରି ବିଭିନ୍ନ ସମୟରେ ସମସ୍ତଙ୍କୁ ଆକୃଷ୍ଟ କରିଥାନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।