You are currently viewing ମୁଣ୍ଡଫଟା ଖରାରେ ମଲେଣି ୪୦

ମୁଣ୍ଡଫଟା ଖରାରେ ମଲେଣି ୪୦

  • Post category:ଓଡିଶା
  • Reading time:1 mins read

ବ୍ୟୁରୋ ରିପୋର୍ଟ : ଆକାଶରୁ ହେଉଛି ଅଗ୍ନିବର୍ଷା । ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ଦେଶବାସୀ । ସକାଳ ୯ଟାରୁ ବି ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ଏହାରି ଭିତରେ ପ୍ରଚଣ୍ଡ ଖରା ଯୋଗୁ ଅନେକ ଲୋକ ପ୍ରାଣ ହରାଇଥିବା ଦେଖିବାକୁ ମିଳିଛି । ଦେଶରେ ମୁଣ୍ଡଫଟା ଖରା ଯୋଗୁ ବିହାରରେ ୪୦ରୁ ଅଧିକ ଲୋକ ମୃତୁ୍ୟବରଣ କରିଛନ୍ତି । ବିଶେଷକରି ବିହାର ରାଜ୍ୟରେ ସ୍ଥିତି ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି । ଏଠାରେ ଗ୍ରୀଷ୍ମ ପ୍ରବାହ ୧୧ ବର୍ଷର ରେକର୍ଡ ଭାଙ୍ଗିଛି । ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ବଢିଚାଲିଛି । ପ୍ରବଳ ଖରା ଯୋଗୁଁ ଗତ ୩ ଦିନରେ ବିହାରରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ବିହାରର ୩୫ ଜିଲ୍ଲାରେ ତାତି ଭୟଙ୍କର ରୂପ ଧାରଣ କରିଛି । ପାଟନା ସମେତ ୫ଟି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଆସନ୍ତା ୨୦ ତାରିଖରୁ ବିହାରରେ ମୌସୁମୀ ପ୍ରଭାବରେ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।