You are currently viewing ମୋ ଘର ଯୋଜନାରେ ଆପଣଙ୍କୁ ମିଳିବ ୩ ଲକ୍ଷର ସାହାଯ୍ୟ

ମୋ ଘର ଯୋଜନାରେ ଆପଣଙ୍କୁ ମିଳିବ ୩ ଲକ୍ଷର ସାହାଯ୍ୟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ‘ମୋ-ଘର’ ଯୋଜନାରେ ଆବେଦନ ପ୍ରକ୍ରିୟା । ପଞ୍ଚାୟତ ବ୍ଲକ ଓ ମୋ- ସେବା କେନ୍ଦ୍ରରେ ହିତାଧିକାରୀ ଏ ନେଇ ଆବେଦନ କରିପାରିବେ । ଯେଉଁମାନେ ଆବେଦନ କରିବେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ । ଏଥିପାଇଁ ‌ହିତାଧିକାରୀଙ୍କୁ https://rhodisha.gov.in/moghara/ ୱେବସାଇଟ୍‌ରେ ଆବେଦନ କରିବାକୁ ହେବ । ଆବେଦନକାରୀଙ୍କୁ ଆଧାରକାର୍ଡ, ପାସପୋର୍ଟ ଫଟୋ, କେୱାଇସି ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ । ଏହାସହ ଆୟ ପ୍ରମାଣ ପତ୍ର ଦେବାକୁ ପଡିବ ।

କେଉଁମାନେ ମୋ ଘର ପାଇଁ ଯୋଗ୍ୟ

୧- କଚ୍ଚା ଘର ଥିଲେ କିମ୍ବା ଗୋଟିଏ ବଖରା ଛାତ ଘର ଥିଲେ ଋଣ ପାଇପାରିବେ

୨- ପରିବାରର ମାସିକ ଆୟ ୨୫ ହଜାରରୁ କମ ଥିଲେ ଋଣ ପାଇପାରିବେ

୩- ୫ ଏକର ଜଳସେଚିତ ଓ ୧୫ ଏକର ଅଣଜଳସେଚିତ ଜମିରୁ କମ ଥିଲେ ଋଣ ମିଳିବ

ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ପଡିଥିବେ ସେମାନଙ୍କୁ ପକ୍କା ଘର ଯୋଗାଇ ଦେବା ଲକ୍ଷ୍ୟ ନେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ନୂଆ ଯୋଜନା ମାଧ୍ୟମରେ ସ୍ୱଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟଧାର୍ଯ୍ୟ ଯୋଗୁଁ ବଞ୍ଚିତ ହିତାଧିକାରୀ ଏହାର ଲାଭ ପାଇପାରିବେ । ସ୍ୱଳ୍ପ ଗୃହ ନିର୍ମାଣ ସହାୟତା ରାଶି ପାଇଥିବା ହିତାଧିକାରୀ ବି ଉପକୃତ ହେବେ । ତେବେ ଘର ତିଆରି ପାଇଁ ହିତାଧିକାରୀଙ୍କୁ ଋଣରେ ସବସିଡି ଦିଆଯିବ ।ଆବେଦନକାରୀଙ୍କ ଡକୁମେଣ୍ଟକୁ ବ୍ଲକ ପ୍ରଶାସନଦ୍ବାରା ଯାଞ୍ଚ ପରେ ରାଜ୍ୟ ସରକାର ବ୍ୟାଙ୍କ ମାଧ୍ୟମରେ ହିତାଧିକାରୀଙ୍କୁ ଘର ତିଆରି ପାଇଁ ୪ଟି ସ୍ତରରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବେ । ଏଥିରେ ସାଧାରଣ ବର୍ଗ ଓ ଅନୁସୂଚିତ ଜାତି/ଜନଜାତି/ଭିନ୍ନକ୍ଷମ ମୁଖ୍ୟ ପରିବାର ପାଇଁ ଭିନ୍ନଭିନ୍ନ ସବ୍‌ସିଡି ମିଳିବ । ୧ଲକ୍ଷ ଟଙ୍କା ଋଣ ନେଲେ ସାଧାରଣ ବର୍ଗଙ୍କୁ ୩୦ହଜାର, ଅନୁସୂଚିତ ଜାତି/ଜନଜାତି/ଭିନ୍ନକ୍ଷମ ମୁଖ୍ୟ ପରିବାରକୁ ୪୦ହଜାର ଟଙ୍କା, ୧.୫ଲକ୍ଷ ଟଙ୍କା ଋଣ ନେଲେ ଯଥାକ୍ରମେ ୪୫ହଜାର ଓ ୫୫ହଜାର, ୨ଲକ୍ଷ ଓ ୩ଲକ୍ଷ ଟଙ୍କା ଋଣ ନେଲେ ଯଥାକ୍ରମେ ୬୦ହଜାର ଓ ୭୦ହଜାର ଟଙ୍କା ସବ୍‌ସିଡି ଆକାରରେ ମିଳିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।