You are currently viewing ରେଳ ବିଭାଗରେ ଏଣ୍ଟ୍ରି ମାରିବେ ଆଦାନୀ

ରେଳ ବିଭାଗରେ ଏଣ୍ଟ୍ରି ମାରିବେ ଆଦାନୀ

ବ୍ୟୁରୋ ରିପୋର୍ଟ : ଆଉ ଏକ ବଡ ଡିଲ କରିବାକୁ ଯାଉଛି ଆଦାନୀ ଗ୍ରୁପ୍ । ଏବେ ଆଦାନୀ ରେଲୱେ ଟିକେଟର ତୃତୀୟ ପକ୍ଷ ଦାୟିତ୍ୱ ନେବାକୁ ଯାଉଛି । ଆପଣଙ୍କୁ ଏବେ ଆଇ.ଆର.ସି.ଟିସିକୁ ଯାଇ ଟିକେଟ୍ କିଣିବା ପାଇଁ ପଡୁଛି । ଏଥିରେ ଆସିପାରେ ଗୋଟିଏ ବଡ ପରିବର୍ତନ । ତୃତୀୟ ପକ୍ଷ ଭାବରେ ପୂର୍ବରୁ ଏହି ଟିକେଟ ଷ୍ଟାର୍କ ଏଣ୍ଟରପ୍ରାଇଜେସ ପ୍ରାଇଭେଟ ଲିମିଟେଡ ବା ଏସଇପିଏଲ ଯାହାର ଅନ୍ୟ ନାମ ‘ଟ୍ରେନମ୍ୟାନ’ ବିକ୍ରି କରେ । କିନ୍ତୁ ଏବେ ଏହି କଂପାନୀକୁ ଆଦାନୀଙ୍କ ଏକ ସହଯୋଗୀ କଂପାନୀ କିଣିବାକୁ ଯାଉଛି । ଏଥିପାଇଁ ଚୁକ୍ତି ମଧ୍ୟ ହୋଇଛି । ଶତ ପ୍ରତିଶତ ଚୁକ୍ତି ହୋଇଥିବାରୁ ଏବେ ଟ୍ରେନ ଟିକେଟ ଆଦାନୀ କମ୍ପାନୀ ହାତରେ ରହିବ ବୋଲି କୁହାଯାଉଛି । ଆଦାନୀ ଗ୍ରୁପ ଏ ନେଇ ଷ୍ଟକ ମାର୍କେଟକୁ ଅବଗତ କରାଇଛି । ଆଦାନୀ ଗ୍ରୁପର ଆଦାନୀ ଡିଜିଟାଲ ପ୍ରାଇଭେଟ ଲିମିଟେଡ ବା ଏଡିଏଲ ଏସ.ଇ.ପିଏଲଠୁ ଅଧିଗ୍ରହଣ କରିଛି

ଅନ୍ୟମାନଙ୍କୁ ଜଣାନ୍ତୁ।