You are currently viewing ଶିକାରୀଙ୍କ ଗୁଳିରେ ଟଳିପଡିଲେ ବନାଧିକାରୀ । ମୟୂରଭଞ୍ଜରେ ଶିକାରୀଙ୍କ ଟାର୍ଗେଟରେ ରେଞ୍ଜର ।

ଶିକାରୀଙ୍କ ଗୁଳିରେ ଟଳିପଡିଲେ ବନାଧିକାରୀ । ମୟୂରଭଞ୍ଜରେ ଶିକାରୀଙ୍କ ଟାର୍ଗେଟରେ ରେଞ୍ଜର ।

ମୟୂରଭଞ୍ଜ : ଶିକାରୀ ଗୁଳିରେ ପୁଣି ଜଣେ ବନକର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଶିକାରୀଙ୍କ ଗୁଳିରେ ଫରେଷ୍ଟର ମାଟି ହାଁସଦାଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ପୋଲିସ ଗୁରୁତର ସହିତ ନେଇ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଜାଗାରେ ଚଢ଼ାଉ ଆରମ୍ଭ କରିଥିବାବେଳେ ଉତ୍ତର ଶିମିଳିପାଳର ଉପ ନିର୍ଦ୍ଦେଶକ ସାଈ କିରଣ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ।

ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ବନ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା । ସେଠାରେ ମୋଟ ୬ ଜଣ ଶିକାରୀ ହାତରେ ବନ୍ଧୁକ ଧରି ଶିକାର କରୁଥିଲେ । ଶିକାରୀମାନଙ୍କୁ କାବୁ କରିବାକୁ ବନକର୍ମଚାରୀମାନେ ପ୍ରୟାସ କରିବା ସମୟରେ ଉଭୟଙ୍କ ମଧ୍ୟ ଗୁଳିବିନିମୟ ହୋଇଥିଲା । ଏହି ସମୟରେ ଭାରପ୍ରାପ୍ତ ରେଞ୍ଜର ମାଟି ହାଁସଦାଙ୍କ ଶରୀରରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ତଥ୍ୟ ଅନୁସାରେ, ନିକଟରେ ଶିମିଳିପାଳ ଅଭ୍ୟାୟରଣୟରେ ସମାନ ଘଟଣା ଘଟିଥିଲା । ଶିକାରୀଙ୍କ ଗୁଳିରେ ଶିମିଳିପାଳର ନଅଣା ସାଉଥ୍ ରେଞ୍ଜର ବନାଧିକାରୀ ବିମଳ କୁମାର ଜେନାଙ୍କର ମୃତ୍ୟୁ ଘଟିଥିଲା । ଆଉ ଏବେ ସେହି ସମାନ ଘଟଣାର ପୁନରାବୃତି ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।