You are currently viewing ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ

  • Post category:ଓଡିଶା
  • Reading time:1 mins read

ମାଲକାନଗିରି-୨୪.୦୮.୨୦୨୧,ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଗୁଳି ବିନିମୟରେ ଜଣେ ନକ୍ସଲ କମାଣ୍ଡରଙ୍କ ସହ ୨ ମାଓବାଦୀ ନିହତ ହୋଇଛନ୍ତି ।
ସୂଚନା ଅନୁସାରେ, ସୁକ୍‌ମା ଜିଲ୍ଲା କୋଣ୍ଟା ଥାନା ଅଞ୍ଚଳରେ ଡିଆରଜି ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ଗୁଳି ବିନିମୟ ହୋଇଥିଲା ।ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ମୃତଦେହ ମିଳିଥିଲା। ସେମାନଙ୍କ ପରିଚୟ ଜଣାନଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ କୋଣ୍ଟା ଏରିଆ କମାଣ୍ଡର କଓ୍ୱାସି ହୁଙ୍ଗା ହୋଇଥିବା ଅନୁମାନ କରାଯାଉଛି । ଏହାସହ ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ବହୁ ମାଓ ସାମଗ୍ରୀ ଜବତ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।