You are currently viewing ଜଳେଶ୍ବରରୁ ୨ କେଜି ଧଳାଜହର ଜବତ; ୩ ଗିରଫ

ଜଳେଶ୍ବରରୁ ୨ କେଜି ଧଳାଜହର ଜବତ; ୩ ଗିରଫ

ବାଲେଶ୍ବର -୦୪.୦୬.୨୦୨୧, ରାଜ୍ୟରେ ବଢୁଛି ଧଳାଜହର କାରବାର । ଏନେଇ ଆଜି ପୁଣି ବ୍ରାଉନସୁଗାର ଜବତ ହୋଇଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବରରୁ ୨ କିଲୋଗ୍ରାମ ବ୍ରାଉନସୁଗାର ଜବତ । ଚଢ଼ଉ କରି ବ୍ରାଉନସୁଗାର ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ। ଜବତ ହୋଇଥିବା ୨ କିଲୋଗ୍ରାମ ବ୍ରାଉନସୁଗାରର ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣାର ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ସ୍ପେଶାଲ ଟାସ୍କ ଫୋର୍ସ।
ଏନେଇ। କ୍ରାଇମବ୍ରାଞ୍ଚ ଏସଟିଏଫ ଡିଆଇଜି ଜୟନାରାୟଣ ପଙ୍କଜ କହିଛନ୍ତି ଯେ, ଗତ ବର୍ଷ ଆରମ୍ଭ ହୋଇଥିବା ଡ୍ରାଇଭରେ ଏ ପର୍ଯ୍ୟନ୍ତ ସମୁଦାୟ ୩୨ କେଜି ବ୍ରାଉନସୁଗାର ଜବତ ହେବା ସହ ୬୬ କ୍ବିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ତିନିଘରିଆ ଅଞ୍ଚଳରୁ ପ୍ରାୟ ୧ କେଜି ୧୨୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।