You are currently viewing ନିର୍ବାଚନ ପୂର୍ବରୁ ମଦ, ଟଙ୍କା ବାଣ୍ଟିବା ଅଭିଯୋଗରେ ତିନି ଗିରଫ

ନିର୍ବାଚନ ପୂର୍ବରୁ ମଦ, ଟଙ୍କା ବାଣ୍ଟିବା ଅଭିଯୋଗରେ ତିନି ଗିରଫ

ରଣପୁର (ଏଏନଏସ)୧୭.୦୨.୨୦୨୨, ପଞ୍ଚାୟତ ନିର୍ବାଚନରେ ଭୋଟରଙ୍କୁ ନିଜ ପକ୍ଷକୁ ଟଙ୍କା ଏବଂ ମଦ ବାଣ୍ଟିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ମୟୂରଝାଲିଆ ଗାଁରେ । ଗିରଫ ବ୍ୟକ୍ତିମାନେ ହେଲେ ମୟୂରଝାଲିଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ କୁମାର କଳସ, ସମିତି ସଭ୍ୟ ପ୍ରାର୍ଥୀ ମନ୍ମଥ ତ୍ରିପାଠୀ, ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀ ନଣ୍ଡା ମହାରଣା।
ସୂଚନା ଅନୁଯାୟୀ, ଆସନ୍ତାକାଲି ମୟୂରଝାଲିଆ ପଞ୍ଚାୟତର ଭୋଟ ଗ୍ରହଣ କରାଯିବ। ତା’ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ଏହି ପ୍ରାର୍ଥୀମାନେ ରଣପୁର ମୟୂରଝାଲିଆ ପଞ୍ଚାୟତକୁ ଯାଇ ମଦ ଓ ଟଙ୍କା ବାଣ୍ଟୁଥିଲେ । ଏହି ସମୟରେ ଗ୍ରାମବାସୀ ସେମାନଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ସେମାନଙ୍କ ଠାରୁ ୧୦ଲିଟର ଦେଶୀ ଓ ବିଦେଶୀ ମଦ ସହ ୨ଟି ବାଇକ ଜବତ କରିଥିଲା । ତେବେ ଏହି ଘଟଣାର ତଦନ୍ତ କରୁଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।